ଶ୍ରାବଣ ୪ର୍ଥ ସୋମବାର; ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ଼, ଜଳଲାଗି କରି ବାବାଙ୍କ କଲେ ଦର୍ଶନ - Sawan Fourth Monday

By ETV Bharat Odisha Team

Published : Aug 12, 2024, 1:23 PM IST

thumbnail
ଶ୍ରାବଣ ୪ର୍ଥ ସୋମବାର; ଲିଙ୍ଗରାଜ ମନ୍ଦିରରେ କାଉଡିଆଙ୍କ ଭିଡ଼, ଜଳଲାଗି କରି ବାବାଙ୍କ କଲେ ଦର୍ଶନ (ETV Bharat Odisha)

ଭୁବନେଶ୍ୱର: ଆଜି ଶ୍ରାବଣ ଚତୁର୍ଥ ପାଳି ସୋମବାର । ଜଳଲାଗି ପାଇଁ ଲିଙ୍ଗରାଜ ମନ୍ଦିରରେ ଲାଗିଛି କାଉଡ଼ିଆଙ୍କ ଭିଡ । କାହିଁ କେଉଁ ଦୂର ଦୂରାନ୍ତରୁ କାନ୍ଧରେ ବାହୁଙ୍ଗି ବାହୁଙ୍ଗିରେ ପାଣି ଭରା ନେଇ ପାଦରେ ଚାଲିଚାଲି ଆସି ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପାଣି ଢାଲୁଛନ୍ତି  କାଉଡ଼ିଆ । ଅନ୍ୟ ରାଜ୍ୟ ସମେତ ରାଜ୍ୟ କୋଣ ଅନୁକୋଣରୁ କାଉଡିଆ ଆସି ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରୁଥିବା ଦେଖିବାକୁ ମିଳିଛି। ହାତରେ ଜଳଭରା କଳସ ଧରି ଘଣ୍ଟା ଘଣ୍ଟା ଛିଡା ହୋଇ ଶୃଙ୍ଖଳିତ ଢଙ୍ଗରେ ଧାଡିରେ ଯାଇ ଜଳଲାଗି କରିଛନ୍ତି। ଏହି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଜଲଲାଗି କରିଦେଲେ ସବୁ କଷ୍ଟ ଲାଘବ ହେଇଯିବ ବୋଲି କହିଛନ୍ତି କାଉଡିଆ । ତେବେ ଯେଉଁ ମାନସିକଧାରୀମାନେ ଜଳଲାଗି କରିବାକୁ ଆସିଛନ୍ତି ସେମାନେ କଷ୍ଟ ଲାଘବ ପ୍ରଭୁଙ୍କ ନାମ ନେଉଥିବା ବେଳେ ଶିବ ନାମରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଛୋଟ ଛୋଟ ଛୁଆ ମାନେ ବି ପ୍ରଭୁଙ୍କ ପ୍ରତି ଥିବା ଶ୍ରଦ୍ଧାର ସହ ପାଣି ଢ଼ାଳୁଛନ୍ତି । ପ୍ରତିଟି ଭକ୍ତ ସୋମବାରରେ ଶିବଙ୍କ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଅଲୌକିକ ବାବା କେଦାରେଶ୍ବର: ପାତାଳରେ ପାଆନ୍ତି ପୂଜା, ବିସ୍ମିତ କରୁଛି ମନ୍ଦିର ବିଶେଷ୍ବତ

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.