ସତ୍ୟବାଦୀରେ ବୁଲୁଛି ବାଘ ! ଭିଡିଓ ଭାଇରାଲ - ସତ୍ୟବାଦୀରେ ବାଘ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 27, 2024, 7:38 AM IST

Tiger Viral Video: ନିମାପଡା: ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ବୁଲୁଛି ବାଘ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଘ ବୁଲୁଥିବା ଘଟଣାର ଦୁଇଟି ଭିଡିଓ ଭାଇରାଲ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଦୁଇଟି ଭିଡିଓ ମଧ୍ୟରୁ ଗୋଟିଏ ଭିଡ଼ିଓରେ ରାତିରେ ବାଘ ବୁଲୁଥିବା ବେଳେ ଆଉ ଗୋଟିଏ ଭିଡ଼ିଓରେ ଦିନ ସମୟରେ ବାଘ ଫସଲ ଜମିରେ ବୁଲୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଦୁଇଟି ଭିଡିଓ କେଉଁ ଦିନର ସେନେଇ କୌଣସି ସୂଚନା ନାହିଁ । ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏ ସଂକ୍ରାନ୍ତରେ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ କିଛି ଜଣାପଡିନାହିଁ । ବନ ବିଭାଗ କର୍ମଚାରୀମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବାଘର ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ବାଘ କୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିବାର ଖବର ନଥିଲା ବେଳେ ବାଘଟି ଚିତା ବାଘ ନା କଲରାପତରିଆ ବାଘ ତାହା ଜଣାପଡିନାହିଁ ବୋଲି ପୁରୀ ଜିଲ୍ଲା ବନ ବିଭାଗ ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ ଚିହ୍ନଟ

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.