thumbnail

By ETV Bharat Odisha Team

Published : Apr 14, 2024, 10:36 PM IST

ETV Bharat / Videos

କନ୍ଧମାଳ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ - Thakurani Yatra

Thakurani Yatra : ଫୁଲବାଣୀ: ଅଧିଷ୍ଠାତ୍ରୀ ଦେବୀ ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ଆଜି 'ଶୁଭ ଖୁଣ୍ଟି' ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଛି । ପ୍ରତି ଦୁଇ ବର୍ଷରେ ଥରେ ମା' ନାରାୟଣୀଙ୍କ ଯାତ୍ରା ଫୁଲବାଣୀ ସଦର ମହକୁମାଠାରେ ହୋଇଥାଏ । ମା' ନାରାୟଣୀ ଠାକୁରାଣୀ ଯାତ୍ରା କମିଟିର ସଦସ୍ଯମାନେ ନବୀନ କହଁର ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଥିବା ବାଉଁଶ ଗଛ ପାଖରେ ପୂଜାର୍ଚ୍ଚନା କରିଥିଲେ । ଗୋଟଏ ବାଉଁଶ ଖୁଣ୍ଟି କରାଯାଇ ଶ୍ରଦ୍ଧାଳୁଙ୍କ ମେଳରେ ପଟୁଆରରେ ବଜାର ପରିକ୍ରମା କରିଥିଲେ ।

ଏହା ବି ପଢନ୍ତୁ...ବୌଦ୍ଧର ନିଆରା ଖାଦ୍ୟ 'ବହଳ କଢ', ବଜାରରେ ବଢୁଛି ଚାହିଦା - Bahala Kadha

ଅସ୍ଥାୟୀ ମଣ୍ଡପକୁ ଅଣାଯିବା ପରେ ମା' ନାରାୟଣୀ ଠାକୁରାଣୀଙ୍କ ମନ୍ଦିରକୁ ଆଜ୍ଞାମାଳ ଅଣାଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟାଠାରୁ ଦୀର୍ଘ ଏକ ମାସେ ଧରି ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ଚାଲିବ । ତେଣୁ ଯାତ୍ରା କମିଟିର ସଭାପତି ଓ ସଦସ୍ୟମାନେ ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.