ଭାରତ ଯୋଡ଼ ନ୍ୟାୟ ଯାତ୍ରା ସଫଳତା ଆଣିବ: ସୁର ରାଉତରାୟ

By ETV Bharat Odisha Team

Published : Feb 5, 2024, 10:53 PM IST

thumbnail

Bharat Jodo Nyay Yatra ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସରକାରୀ ଯୋଜନାର ଲୋକାର୍ପଣ କରୁଛନ୍ତି । ବିଜେପି ମଧ୍ୟ ମାଳ ମାଳ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଆଣି ନିର୍ବାଚନ ପ୍ରଚାର ଆରମ୍ଭ କରି ସାରିଛି । ସେପଟେ ଆସନ୍ତାକାଲି ଓଡିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଓଡିଶାରେ କଂଗ୍ରେସକୁ ଜନାଦୃତ କରିବ ବୋଲି କଂଗ୍ରେସ ନେତା ଆଶା ରଖିଛନ୍ତି । ଦେଶରେ ଗଣତନ୍ତ୍ର ସୁରକ୍ଷିତ ରଖିବା ପାଇଁ ରାହୁଲ ଗାନ୍ଧୀଙ୍କ ମଣିପୁରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତାକାଲି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ ଆସିବେ । ରାହୁଲଙ୍କୁ ସ୍ୱାଗତ କରିବାକୁ OPCC ପ୍ରସ୍ତୁତ ।

ନିର୍ବାଚନ ଆସୁଥିବାରୁ ରାହୁଲଙ୍କ ଓଡିଶା ଗସ୍ତ ନିର୍ବାଚନରେ ପ୍ରଭାବ ପକାଇବ । ରାହୁଲଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରା ସାରା ଦେଶରେ ଗ୍ରହଣୀୟ ହୋଇଛି । ଠିକ ସେହିଭଳି ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ରାହୁଲ ପ୍ରଦେଶ କଂଗ୍ରେସକୁ ବଳ ଯୋଗାଇବେ ବୋଲି ଦଳୀୟ ନେତା କହିଛନ୍ତି । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡିଶା କଂଗ୍ରେସରେ ଏବେ ଉତ୍ସାହର ମାହୋଲ । କଂଗ୍ରେସର ମୁଖିଆ ଓଡିଶା ଆସୁଛନ୍ତି । ରାହୁଲ ଗାନ୍ଧୀ ନ୍ୟାୟ ଚାହୁଁଛନ୍ତି । ସାରା ଦେଶରେ କେନ୍ଦ୍ର ସରକାର ଅନ୍ୟାୟ ଅତ୍ୟାଚାର କରୁଛନ୍ତି । ଇଡି ଓ ସିବିଆଇକୁ ହାତ ବାରିଶି କରି ବ୍ୟବହାର କରୁଛନ୍ତି । ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି କେନ୍ଦ୍ର ସରକାର । ଯାହା କେବେ ଭାରତ ଇତିହାସରେ ଦେଖାଯାଇନଥିଲା । ଆଗକୁ କଂଗ୍ରେସ ଭଲ ପ୍ରଦର୍ଶନ କରିବ ।"

ଏହା ମଧ୍ୟ ପଢ଼ନ୍ତୁ....ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ, ପ୍ରସ୍ତାବ ଦେବାକୁ ଦିଲ୍ଲୀରେ ପିସିସି ସଭାପତି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.