ଯାଜପୁରରେ ବିଜେଡ଼ିର ବିଧାୟିକା ପ୍ରାର୍ଥିନୀ ହେଲେ ସୁଜାତା ସାହୁ - sujata sahu

By ETV Bharat Odisha Team

Published : Mar 27, 2024, 10:27 PM IST

thumbnail

JAJAPUR SSEMBLY CONSTITUENCY: ଯାଜପୁର: ଚଳିତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରଜନୀତି ।ଏହାରି ଭିତରେ ଆଜି ବିଜେଡି ତାର ବିଧାନସଭା ଏବଂ ଲୋକସଭା ପାଇଁ ପ୍ରାର୍ଥୀ ପତ୍ର ଘୋଷଣା କରିଛି ।ବିଜେଡ଼ି ବିଧାନସଭା ଆସନର ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛି କିଛି ନୂଆ ନାଁ ଓ ନୂଆ ଚେହେରା ।ସେହିପରି ଯାଜପୁର ବିଧାନସଭା ଆସନ ପାଇଁ ଏଥର ବିଜେଡ଼ି ନୂଆଁ ମୁହଁ ଦେଇଛି ।ଏଥର ଦଳ ମିଶନ ଶକ୍ତିର ଜିଲ୍ଲା ଫେଡେରେସନର ସଭାପତି ସୁଜାତା ସାହୁଙ୍କୁ ବିଧାୟିକା ପ୍ରାର୍ଥିନୀ ରୂପେ ଘୋଷଣା କରିଛି ।  

ସେ ଏହା ପୂର୍ବରୁ ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ସେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଦେଉଥିବା ସମ୍ମାନ ଯୋଗୁଁ ଏଭଳି ସୁଯୋଗ ମିଳିଲା ବୋଲି ସୁଜାତା କହିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ପ୍ରଣବଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.