ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - Lord Alaranath Mangala Alati

By ETV Bharat Odisha Team

Published : Jul 3, 2024, 8:49 AM IST

thumbnail
Mangala alati of Alarnath (ETV Bharat Odisha)

Mangala alati of Alarnath ପୁରୀ: ମହାବାହୁ ଅଣସର ଘରେ ଥିବା ସମୟରେ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଅଣସରରେ ଥିବା ସମୟରେ ପୁରୀ ବ୍ରହ୍ମଗିରିରେ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନର ପୌରାଣିକ ପରମ୍ପରା ରହିଛି । ସ୍ନାନଯାତ୍ରା ପରଠାରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି ଅଲାରନାଥ ପୀଠ । ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ସକାଳୁ ଅଲାରନାଥଙ୍କ ମଙ୍ଗଳ ଆଳତିରୁ ନୀତିକାନ୍ତି ଆରମ୍ଭ ହେଉଥିବାବେଳେ ଦିନ ତମାମ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଜାରି ରହିଛି । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦେଖନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.