ବିଶ୍ବ ରେକର୍ଡ ପଥେ 8ହଜାର କିଲୋ ଧାନର ବିଶାଳ ରାମଲାଲାଙ୍କ ରଙ୍ଗୋଲି - ଧାନରେ ରାମଙ୍କ ରଙ୍ଗୋଲି

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 21, 2024, 10:19 PM IST

Picture of Lord Ram Made from Paddy: ରାୟପୁର: ରାତି ପାହିଲା ସବୁ ପ୍ରତୀକ୍ଷାର ଅନ୍ତ ଘଟିବ । ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରତିଷ୍ଠା ହେବ ମର୍ଯ୍ୟଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ବିଶ୍ବବାସୀ ଏହି ଦିନକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏନେଇ ଛତିଶଗଡ଼ର ସମସ୍ତ ମନ୍ଦିରରେ ରାମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଏହି ସମୟରେ ମୁଖ୍ୟ ଆକର୍ଷଣ ସାଜିଛି ରାୟପୁରରେ ତିଆରି କରାଯାଇଥିବା ଏକ ବିଶାଳ ରଙ୍ଗୋଲି । ପ୍ରାୟ 8 ହଜାର କିଲୋ ଧାନରୁ 15,000 ବର୍ଗଫୁଟର ଏକ ବିଶାଳ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି । ଯାହା ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।  

ରାୟପୁରରେ ନିର୍ମିତ ସ୍ବତନ୍ତ୍ର ରଙ୍ଗୋଲି: ତେବେ ଛତିଶଗଡକୁ ଭଗବାନ ରାମଲାଲାଙ୍କ ମାମୁଁ ଘର କୁହାଯାଏ । ଏହି କାରଣରୁ ଛତିଶଗଡ ସହ ପ୍ରଭୁ ରାମଙ୍କ ଏକ ଭିନ୍ନ ସମ୍ପର୍କ ରହିଛି । ଏଠାକାର ଲୋକମାନେ ପ୍ରଭୁ ରାମଙ୍କୁ ସେମାନଙ୍କର ଭଣଜା ଭାବରେ ମାନନ୍ତି ।  ଏଥିପାଇଁ ଲୋକମାନେ ରାମୋତ୍ସବ ଅବସରରେ ପ୍ରତ୍ୟେକ ମନ୍ଦିରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଯଦି ରାୟପୁର ବିଷୟରେ କହାଯାଏ, ତେବେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଏଠାରେ ଧାନରେ ନିର୍ମିତ ଏକ ବିରାଟ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି । ଏହି ରଙ୍ଗୋଲି ଛତିଶଗଡ ଜାତୀୟତାବାଦୀ ସଂଗଠନ ପକ୍ଷରୁ ରାୟପୁରର ସାଇନ୍ସ କଲେଜ ପଡିଆରେ ପ୍ରସ୍ତୁତ କରାଯାଇଛି । ଯାହା ବିଶ୍ବ ରେକର୍ଡ କରିବାକୁ ଯାଉଛି ।  

ଏହା ମଧ୍ୟ ପଢ଼ନ୍ତୁ....ସହଜ ନଥିଲା ରାମ ମନ୍ଦିର ନିର୍ମାଣ; ଜାଣନ୍ତୁ 500 ବର୍ଷର ସଂଘର୍ଷମୟ ଇତିହାସ

ବିଶ୍ବ ରେକର୍ଡ ସୃଷ୍ଟି ପାଇଁ ପ୍ରସ୍ତୁତି: ଏହି ଅବସରରେ ଛତିଶଗଡ଼ ଜାତୀୟତାବାଦୀ ସଂଗଠନର ରାଜ୍ୟ ସଂଯୋଜକ ବିରେନ୍ଦ୍ର ଦୁବେ କହିଛନ୍ତି, "ଏହି ରଙ୍ଗୋଲି ପ୍ରସ୍ତୁତ କରିବା ପାଇଁ ଦିନରାତି ପରିଶ୍ରମ କରିଛୁ । ଏହି ସ୍ବତନ୍ତ୍ର ରଙ୍ଗୋଲି ତିଆରି କରିବା ପାଇଁ ପ୍ରାୟ 80 ସ୍ବେଚ୍ଛାସେବୀ ଓ କାରିଗର କଠିନ ପରିଶ୍ରମ କରିଛନ୍ତି । ଜାନୁୟାରୀ 18 ରୁ ଏହାକୁ ତିଆରି କରିବା ଆରମ୍ଭ କରାଯାଇଥିଲା, ଯାହା ଆଜି (ରବିବାର) ଶେଷ ହୋଛି । ରଙ୍ଗୋଲି ତିଆରି କରିବା ପାଇଁ ଛତିଶଗଡର ବିଭିନ୍ନ ଜିଲ୍ଲାରୁ 8000 କିଲୋଗ୍ରାମ ଧାନ କ୍ରୟ କରାଯାଇଥିଲା। ଏହାପରେ ଏହି ବିଶାଳ ରଙ୍ଗୋଲି ପ୍ରସ୍ତୁତ କରାଯାଇଥିଲା । ଏହା ପୂର୍ବରୁ 11400 ବର୍ଗଫୁଟର ଏକ ବିଶାଳ ରଙ୍ଗୋଲି ତିଆରି କରିବାର ଏକ ରେକର୍ଡ କରିଥିଲା । ଏବେ ଆମେ 15000 ବର୍ଗଫୁଟର ଏହି ବିଶାଳ ରଙ୍ଗୋଲି ତିଆରି କରି ବିଶ୍ବ ରେକର୍ଡ କରିବାକୁ ଯାଉଛୁ। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.