thumbnail

By ETV Bharat Odisha Team

Published : Feb 8, 2024, 8:38 PM IST

ETV Bharat / Videos

'ମୋଦି ସରକାରକୁ ଟକ୍କର ଦେବ ଇଣ୍ଡିଆ ମେଣ୍ଟ, ୨୦୨୪ରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବ'

ETV Bharat Exclusive Interview: ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ମୁମ୍ବାଇ ପହଞ୍ଚିବ । ଦେଶରେ ଗରିବ, ଦଳିତ, ପଛୁଆବର୍ଗ, ଚାଷୀ, ଯୁବବର୍ଗଙ୍କ ସହ ଅନ୍ୟାୟ ହେଉଛି । ତାଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ଆଜି ଏତେ ବଡ଼ ଯାତ୍ରା କରୁଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 'ଇଟିଭି ଭାରତ'କୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୂପମ । ଗତକାଲି ସଂଧ୍ୟାରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନଲାଭ କରିଥିଲେ । ଆଜି ସେ ମୁମ୍ବାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ-  ବେକାରୀ, ଦରବୃଦ୍ଧି ଓ ଇଭିଏମ୍‌ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ

ତେବେ ଇଟିଭି ଭାରତ ସହିତ ସେ ଆଲୋଚନା ସମୟରେ ଆହୁରି କହିଛନ୍ତି, "ମହାରାଷ୍ଟ୍ରରେ 'ଇଣ୍ଡିଆ' ମେଣ୍ଟ ଭଲ ପ୍ରଦର୍ଶନ କରିବ । ଖୁଵ କମ ଦିନ ଭିତରେ ମେଣ୍ଟର ନିଷ୍ପତ୍ତି ଚୂଡାନ୍ତ ହେବ । ସାଧାରଣ ନିର୍ବାଚନ ଆକଳନ କରୁନି ହେଲେ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି କହିପାରିବି । ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ମିଳିନ୍ଦ ଦେଓରା, ବାବା ସିଦ୍ଦିକି କଂଗ୍ରେସ ଛାଡିବା ଦୁର୍ଭାଗ୍ୟଜନକ । ଯେତେବେଳେ ସେମାନେ ରାଜନୀତି ଜୀବନ ଆରମ୍ଭ କଲେ ସେତେବେଳେ ଦଳ ତାଙ୍କୁ ଉଠାଇଥିଲା, ହେଲେ ଆଜି ଦଳ ଯେତେବେଳେ ପ୍ରତିକୂଳ ସମୟ ଦେଇ ଗତି କରୁଛି ସେତେବେଳେ ସେମାନେ ଦଳ ପାଇଁ ଛିଡା ନହୋଇ ଦଳର ହାତ ଛାଡ଼ୁଛନ୍ତି । ସେମାନେ ସୁବିଧାବାଦୀ । ଭାରତରେ ବେରୋଜଗାରୀ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । କେନ୍ଦ୍ର ସରକାର ଯୁବପିଢ଼ିଙ୍କି ପାଇଁ ସ୍ଥାୟୀ ରୋଜଗାର କରୁନାହାନ୍ତି ସେଥିପାଇଁ ଆମେ ଦାବି କରୁଛୁ ଅଗ୍ନିପଥ ଯୋଜନାକୁ ବନ୍ଦ କରାଯାଉ ।" ଏଭଳି ତମାମ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.