ଢେଙ୍କାନାଳରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି ଓ ସୋଲାର ପ୍ୟାନେଲ ଯନ୍ତ୍ରାଂଶ କାରଖାନା: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Science City in Dhenkanal

By ETV Bharat Odisha Team

Published : Sep 1, 2024, 12:25 PM IST

thumbnail
KRUSHNA CHANDRA PATRA (ETV BHARAT ODISHA)

ଢେଙ୍କାନାଳ: ଢେଙ୍କାନାଳରେ ପ୍ରତିଷ୍ଠା ହେବ ସାଇନ୍ସ ସିଟି । ଏଥି ପାଇଁ ଦେଢ଼ ଶହ ଏକର ପରିମିତ ଜାଗାରେ ପ୍ରାୟ ଖର୍ଚ୍ଚ ହେବ ୧୨ଶହ କୋଟି ଟଙ୍କା। ନେଉଳପୋଇ ଠାରେ ପ୍ରତିଷ୍ଠା ହେବ ସୋଲାର ପ୍ୟାନେଲ ଯନ୍ତ୍ରାଂଶ କାରଖାନା ।  ଗତକାଲି ଢେଙ୍କାନାଳ ଠାରେ ସ୍ୱାୟତ୍ତ ଶାସନ ଉତ୍ସବ ଅବସରରେ ସାମିଲ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଘୋଷଣା କରିଛନ୍ତି । ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଶୈବ ପୀଠ ଢେଙ୍କାନାଳର କପିଳାଶ ନିକଟରେ ସାଇନ୍ସ ସିଟି  ଦେଢ଼ ଶହ ଏକର ପରିମିତ ଜାଗାରେ ନିର୍ମାଣ କରାଯିବ । ଏହି ଠାରେ ବିଜ୍ଞାନ ଜ୍ଞାନ କୌଶଳ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ ସମେତ ତାଲିମ, ସାଇନ୍ସ ଲାଇବ୍ରେରୀ ଓ ଗବେଷଣା କେନ୍ଦ୍ର, କର୍ମଶାଳା ଓ ଦିଗଦର୍ଶନ ଆଦି କାର୍ଯ୍ୟକ୍ରମ ରହିବ। ଯାହାକି ରାଜ୍ୟର ଯୁବପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କୁ ଏଦିଗରେ ଅନେକ ପ୍ରୋତ୍ସାହନ ଓ ଦିଗଦର୍ଶନ ଯୋଗାଇଦେବା ସହିତ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ତଥା କାରିଗରୀ କୌଶଳ ଦିଗରେ ଉତ୍ସାହିତ କରିବ ବୋଲି କହିଛନ୍ତି ମନ୍ତ୍ରୀ । ଗତକାଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ପାଳିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହା ଘୋଷଣା କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ-Ravenshaw Name Controversy: 'ରେଭେନ୍ସା' ନାଁ ବଦଳିବା ଦରକାର କହିଲେ ଧର୍ମେନ୍ଦ୍ର, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ - Renaming Of Ravenshaw College

ଏହା ସହିତ ସଦର ବ୍ଲକ ଅନ୍ତର୍ଗତ ନେଉଳ ପୋଇ ଗ୍ରାମ ନିକଟରେ ସୋଲାର ଏନର୍ଜୀ ପାଇଁ ସୋଲାର ପ୍ୟାନେଲ ଯନ୍ତ୍ରାଂଶ ତିଆରି କାରଖାନା ଖୁବଶୀଘ୍ର ପ୍ରତିଷ୍ଠା କରାଯିବ । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି । ଥିରେ ସ୍ଥାନୀୟ ଅଞ୍ଚଳର ଅନ୍ୟୁନ ୨୫ଶହ ଯୁବକ ଯୁବତୀ ନିଯୁକ୍ତି ହେବାର ସୁଯୋଗ ମିଳିବ । ଏହି ଅବସରରେ ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଉପରେ ଗୁରୁତ୍ୱ ଦେବାକୁ ଯାଇ ଢେଙ୍କାନାଳ ସହରର ମହିଷାପାଟ ନିକଟରେ ୨୦ଏକର ପରିମିତ ଜାଗାରେ ଏକ ଶହ କୋଟି ଟଙ୍କା ବ୍ୟୟରେ ଏକ ସ୍ପୋର୍ଟସ ହବ ପ୍ରତିଷ୍ଠା ଓ ଢେଙ୍କାନାଳ ପୁରୁଣା ଡାକ୍ତର ଖାନାକୁ ୪୦ଶଯ୍ୟା ବଶିଷ୍ଠ ସିଟି ହସ୍ପିଟାଲ କରାଯିବ ବୋଲି ଘୋଷଣା କରିଥିଲେ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.