ବାଲୁକା କଳାରେ ଓଡିଆ ନବବର୍ଷର ଶୁଭେଚ୍ଛା - odia new year

By ETV Bharat Odisha Team

Published : Apr 14, 2024, 11:24 AM IST

thumbnail

Odia New Year:ପୁରୀ: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି । ଆଜିର ଦିନକୁ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଇଥାଏ । ଅନ୍ୟପଟେ ଆଜିଠାରୁ ନୂଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ । ତେଣୁ ଆଜିର ଦିନକୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ଓଡିଶା ନବବର୍ଷକୁ ନେଇ ଉତ୍ସବମୁଖର ଗାଁ ଠୁ ସହର । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସରିତା ଗୋଚ୍ଛାୟତ ଏକ ବାଲୁକା ଚିତ୍ର କଳା ଗଢି ମହାବୀର ଜୟନ୍ତୀ ସମେତ ଓଡିଶାବାସୀଙ୍କୁ ଓଡିଆ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । କୋଣାର୍କ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳା କରିଛନ୍ତି ଚିତ୍ର ଶିଳ୍ପୀ ସରିତା ଗୋଚ୍ଛାୟତ। ବାଲୁକା ଚିତ୍ରକଳାରେ ପ୍ରଭୁ ମହାବୀର ହନୁମାନଙ୍କ ପ୍ରତିକୃତିକୁ ସ୍ଥାନ ଦିଆଯାଇଛି । ବାଳୁକା କଳାଟି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ ଏହା ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଗହଳି ପରିଲକ୍ଷିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.