କେମିକାଲ ବୋଝେଇ ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ - container caught fire

By ETV Bharat Odisha Team

Published : Aug 11, 2024, 3:58 PM IST

thumbnail
କେମିକାଲ ବୋଝେଇ ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ (ETV Bharat Odisha)

ଢେଙ୍କାନାଳ: ଦୁର୍ଘଟଣା ପାଇଁ ସର୍ବଦା ଚର୍ଚ୍ଚାରେ ଥିବା ୫୫-ନମ୍ବର ଜାତୀୟ ରାଜପଥରେ ପୁଣି ଏକ ବଡଧରଣର ଅଘଟଣ ଟଳିଛି । ଢେଙ୍କାନାଳ ଉପକଣ୍ଠ କାଠଗଡା ନିକଟରେ ଏକ କଣ୍ଟେନରରେ ନିଆଁ ଲାଗିଛି । ତେବେ ଏହି କଣ୍ଟେନନରେ ଏକାଧିକ ଡ୍ରମରେ କେମିକାଲ ସାମଗ୍ରୀ ଥିଲା । ନିଆଁ ଲାଗିଥିବା ଜଣାପଡିବା ମାତ୍ରେ ଡ୍ରାଇଭର ରାସ୍ତାକଡରେ ଗାଡି ଅଟକାଇ ଓହ୍ଲାଇ ପଡିଥିଲେ । ଖବର ପାଇଁ ଅଗ୍ନିଶମ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କେହି ମୃତାହତ ହୋଇନାହାନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିନଥିଲେ ସୁଦ୍ଧା ବ୍ୟାଟେରୀରରୁ ସଟସର୍କିଟ ହୋଇ ଇଞ୍ଜିନରେ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଜଣାପଡିଛି । ନିଆ ଆୟତ୍ତ ହେବା ପରେ ଗାଡିକୁ ସିଜ୍‌ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ତେବେ କେମିକାଲ ଥିବାରୁ ନିଆଁ ବ୍ୟାପିଥିଲେ ବିସ୍ଫୋରଣର ଯଥେଷ୍ଟ ଆଶଙ୍କା ଥିଲା । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ- ସମ୍ବଲପୁର 55 ନମ୍ବର ଜାତୀୟ ରାଜପଥରେ ବର୍ଷିକ ଶତାଧିକ ଲୋକେ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ବିଭିନ୍ନ ଘଟଣାରେ ଜାତୀୟ ରାଜପଥ ପ୍ରାଧୀକରଣ (ଏନଏଚଏଆଇ)ର ଉଦାସୀନ ମନଭୋବକୁ ଦାୟୀ କରାଯାଉଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.