ଫୁଲୁଛି ବ୍ରାହ୍ମଣୀ: ମନ୍ଦିରା ଡ୍ୟାମରୁ ନିଷ୍କାସିତ ହେଲା ବନ୍ୟାଜଳ, ତଳ ମୁଣ୍ଡରେ ପସିଲା ଛନକା - mandira dam RELEASES FLOODWATER

By ETV Bharat Odisha Team

Published : Aug 4, 2024, 9:28 PM IST

thumbnail
MANDIRA DAM RELEASES FLOODWATER (ETV Bharat Odisha)

MANDIRA DAM RELEASES FLOODWATER: ରାଉରକେଲା: ଗତ ଚାରି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ବର୍ତ୍ତମାନ ରାଉରକେଲାବାସୀ ଏବଂ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କ ଚିନ୍ତା ବଢାଇଛି । ଉପରମୁଣ୍ଡରୁ ଝାଡ଼ଖଣ୍ଡର ବର୍ଷାପାଣି ମାଡ଼ି ଆସିବାରୁ ଉଭୟ ବ୍ରାହ୍ମଣୀ ଓ ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବ୍ରାହ୍ମଣୀର ନଦୀର ବିପଦ ସଂକେତ ନିକଟରେ ବର୍ତ୍ତମାନ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ଝାଡ଼ଖଣ୍ଡରେ ବର୍ଷା ଜାରି ରହିଲେ ଉଭୟ ବ୍ରାହ୍ମଣୀ ଓ ଶଙ୍ଖନଦୀର ବନ୍ୟାଜଳ ବିପଦ ସଙ୍କେତ ଟପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।  

ସେପଟେ ଜଳସ୍ତର ବଢ଼ୁଥିବାରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପକ୍ଷରୁ ଗତକାଲି ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌କୁ ଖୋଲି ଦିଆଯାଇଛି । ମନ୍ଦିରା ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୮୨.୨୦ ଫୁଟ୍ ହୋଇଥିବାବେଳେ ଗତ ଶନିବାର ସକାଳ ସୁଦ୍ଧା ଏହା ୬୮୩ ଫୁଟ୍‌ରେ ପହଞ୍ଚି ଯାଇଥିଲା । ଫଳରେ ଡ୍ୟାମ୍‌ର ସମସ୍ତ ୧୧ଟି ଗେଟ୍ ଖୋଲି ଦିଆଯାଇଛି । ଫଳରେ ସବୁ ଗେଟ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ଉଭୟ ଶଙ୍ଖ ଓ ବ୍ରାହ୍ମଣୀ ନଦୀ ଫୁଲିଉଠିଛି । ଉଭୟ ନଦୀର ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କୁ ଆର୍‌ଏସ୍‌ପି ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବିଶେଷ କରି ପାନପୋଷ ବାଲୁଘାଟର ପ୍ରାୟ ୧୦ଟି ବସ୍ତି, ବେଦବ୍ୟାସ ଦଣ୍ଡିଆପାଲିର କିଛି କଲୋନୀବାସୀଙ୍କୁ ଚିନ୍ତା ବଢ଼ିଛି । 

ଏହା ମଧ୍ୟ ପଢନ୍ତୁ....ତିଖାଲି ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ, ଖୋଲିଲା ୨ଟି ଗେଟ୍ - Tikhali Dam RELEASES FLOODWATER 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.