ପାରାଦ୍ୱୀପରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିରୋଧ କରି ରାସ୍ତା ଅବରୋଧ କଲେ ଶହ ଶହ ଲୋକେ - Road Blocked In Paradeep

By ETV Bharat Odisha Team

Published : Jun 27, 2024, 12:55 PM IST

thumbnail
ପାରାଦ୍ୱୀପରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିରୋଧ କରି ରାସ୍ତା ଅବରୋଧ କଲେ ଶହ ଶହ ଲୋକେ (ETV Bharat Odisha)

ଜଗତସିଂହପୁର: ଜିଲ୍ଲାର ଶିଳ୍ପ ନଗରୀ ପାରାଦ୍ୱୀପରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସ ପ୍ରଶାସନ ଓ ପରିବହନ ବିଭାଗର ଟାଳଟୁଳୁ ନୀତି ଯୋଗୁଁ ପ୍ରତେକ ଦିନ କାହାର ନାଁ କାହାର ଜୀବନ ଯାଉଛି । ଏ ସମ୍ପର୍କରେ ପାରାଦ୍ୱୀପବାସୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଏନେଇ ଟ୍ରକ ମାଲିକ ଆସୋସିଏସନ ଓ କିଛି ବୁଦ୍ଧିଜିବୀ ରାସ୍ତା ଅବରୋଧ କରିବା ସହ ପାରାଦ୍ୱୀପ ସହର ମଧ୍ୟକୁ କୌଣସି ଟ୍ରକ ପ୍ରବେଶକୁ ବନ୍ଦ କରିବାକୁ ଦାବି କରିଛନ୍ତି । ଖବର ପାଇ ପାରାଦ୍ୱୀପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ଉଠିଲା କଟକଣା, ପୁଣି ଚଳଚଞ୍ଚଳ ପାରାଦ୍ୱୀପ ମାଛଧରା ବନ୍ଦର

ସୂଚନା ଅନୁସାରେ, ଚଣ୍ଡିଖୋଲ ଦେଇ ପାରାଦ୍ୱୀପକୁ ପ୍ରତ୍ୟେକ ଦିନ ହଜାର ହଜାର ଆଇରନ ଟ୍ରକ ଯାତାୟାତ କରୁଛି । ଏତେ ସଂଖ୍ୟାରେ ଟ୍ରକ ଆସୁଛି ଯେ ପାରାଦ୍ୱୀପ ବନ୍ଦର ମଧ୍ୟକୁ ପ୍ରବେଶ ପାଇଁ ଲମ୍ବା ଲାଇନରେ ରହୁଛନ୍ତି । ଏଥିରେ ମଧ୍ୟ କିଛି ଟ୍ରକ ଚାଳକ ପୋଲିସକୁ ହାତ କରି ନିଜ ଗାଡିକୁ ବିପରୀତ ଦିଗରେ ଚଳାଉଛନ୍ତି । ଫଳରେ ଯାତାୟାତ କରୁଥିବା ଯାତ୍ରୀ, ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ଟ୍ରକ ଚାଳକଙ୍କ ବେପରୁଆ ଗାଡି ଚାଳନା ଫଳରେ ପ୍ରତେକ ଦିନ ଦୁର୍ଘଟଣା ଘଟି କାହାର ନାଁ କାହାର ଜୀବନ ଯାଉଛି । ଦିନବେଳା ପାରାଦ୍ୱୀପ ସହର ମଧ୍ୟକୁ ଆଇରନ ଟ୍ରକ ପ୍ରବେଶକୁ ବାରଣ କରାଯାଇଥିଲେ ମଧ୍ୟ ତାକୁ କେହି ମାନୁ ନାହାନ୍ତି । ଯାହାକୁ ନେଇ ଶହଶହ ଲୋକେ ପାରାଦ୍ୱୀପ ସହରକୁ ଆଇଇନ ଟ୍ରକ ମୁକ୍ତ କରିବା ଦାବି କରି ରାସ୍ତା ଅବରୋଧ କରିଥିଲେ । ପୋଲିସ ଖବର ପାଇ ଲୋକଙ୍କୁ ବୁଝାସୁଝା କରିବା ସହ ଦିନବେଳା ପାରାଦ୍ୱୀପ ସହର ମଧ୍ୟକୁ ଟ୍ରକ ପ୍ରବେଶ ଉପରେ କଟକଣା ଜାରି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 
 
ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.