କର୍ତ୍ତବ୍ୟପଥରେ ଗଡିଲା ଓଡିଶାର ପ୍ରଜ୍ଞାପନା ମେଢ, ଦେଖନ୍ତୁ ଭିଡିଓ - କର୍ତ୍ତବ୍ୟପଥରେ ଓଡିଶା ପ୍ରଜ୍ଞାପନା ମେଢ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 26, 2024, 8:20 PM IST

Republic Day2024 tableau of Odisha: ନୂଆଦିଲ୍ଲୀ: ଦେଶର 75ତମ ସାଧାରଣତନ୍ତ୍ର ଦିବସ ସମାରୋହର ଆରମ୍ଭ ପ୍ରଥମ ଥର ପାଇଁ ଢୋଲ ବାଦ୍ୟ ସହିତ ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଓ୍ବିପନ ଲୋକେଟିଂ ରାଡାର ସିଷ୍ଟମ, ନାଗ ମିସାଇଲକୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । 21 ତୋପ ସଲାମି ଦିଆଯିବା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । 

ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।   3 ବର୍ଷ ପରେ ଚଳିତ ବର୍ଷ କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସ ଅବସରରେ ଚଳିତ ବର୍ଷ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି ।  ଚଳିତବର୍ଷ ପ୍ରଜ୍ଞାପନ ମେଢରେ ଓଡିଶାର ଥିମ ରହିଛି "ବିକଶିତ ଭାରତରେ ମହିଳା ସଶକ୍ତିକରଣ" ।  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.