ବୌଦ୍ଧ ଜିଲ୍ଲାରେ ଡାକ୍ତର ମରୁଡି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ - Health service disrupted - HEALTH SERVICE DISRUPTED

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 17, 2024, 2:36 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରହିଛି ଡାକ୍ତର ଅଭାବ । ଫଳରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା । ଜିଲ୍ଲାର ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସହିତ କର୍ମଚାରୀଙ୍କ ଅଭାବରୁ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଥିବା ଅଧିବାସୀ କ୍ବାକ ନଚେତ ଝଡାଫୁଙ୍କା ଉପରେ ନିର୍ଭରଶୀଳ ହେଉଛନ୍ତି । ବୈଦ୍ଧ ଜିଲ୍ଲା ରେ ମୁଖ୍ୟ ଚିକିତ୍ସାଳୟ ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଏଭଳି ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦୀର୍ଘ ଦିନ ହେଲା ଅଭାବ ରହିଥିବା ବେଳେ ଅନେକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ କିମ୍ବା କର୍ମଚାରୀଙ୍କ ଭରସାରେ ଚାଲିଛି । ବିଭିନ୍ନ ଡାକ୍ତରଖାନାରେ ପ୍ରାୟ 60 ପ୍ରତିଶତରୁ ଅଧିକ ଡାକ୍ତର ପଦବୀ ଖାଲିପଡ଼ିଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ବିଭାଗରେ ଡାକ୍ତର ନଥିବାରୁ ଲୋକେ ବାଧ୍ୟ ହୋଇ ବୁର୍ଲା ନଚେତ ଅନ୍ୟାନ୍ୟ ଡ଼ାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି ।  ଶନିବାର ମଧ୍ୟ ରାତିରେ ମଥୁରା ଗ୍ରାମର ଜଣେ ବୃଦ୍ଧା ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୟୁନିଟ ଅଭାବରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚିକିତ୍ସିତ ହୋଇଥିଲେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ନବ ନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ରବିବାର ରାଜ୍ୟର ନୂତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜିଲ୍ଲା ଦେଇ ବଲାଙ୍ଗୀର ଯାଇଥିବା ବେଳେ ନୂତନ ସରକାର ଜିଲ୍ଲାର ସ୍ବାସ୍ଥ୍ୟ ସେବା ନେଇ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସମସ୍ୟା ଘେରରେ କଣ୍ଟାମାଳର ଏକ ନମ୍ବର ଜୋନ, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.