ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥ ଖଳା, ଆରମ୍ଭ ହେଲା ରଥର ଚାରି ନାହାକା କାର୍ଯ୍ୟ - ratha yatra 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 10, 2024, 11:00 AM IST

ପୁରୀ: ରଥଯାତ୍ରାକୁ ନେଇ ଚଳଚଞ୍ଚଳ ପୁରୀ ରଥଖଳା । ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଗତକାଲି ସୁଦ୍ଧା ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ପାଞ୍ଚ ଦଣ୍ଡା ଚଉପଟ ସହ ଚାରି ନାହାକା ନିର୍ମାଣ ଚାଲିଛି। ପରମ୍ପରା ଅନୁଯାୟୀ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ। ଏଣୁ ଏହି ପରମ୍ପରାକୁ ଦୃଷ୍ଟିରେ ରଖି ରଥ ନିର୍ମାଣକାରୀ ସେବକ ମାନେ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରିଛନ୍ତି। ତିନି ରଥର ତିନିଭୂଇଁ ନିର୍ମାଣ ପାଇଁ ୧୨ଲେଖାଏଁ ଭୂଇଁଚଉତା କାଠର ବିନ୍ଧ କାର୍ଯ୍ୟ ଶେଷ ହୋଇଛି।

 ଏହା ମଧ୍ୟ ପଢନ୍ତୁ-ପାଖଉଛି ରଥଯାତ୍ରା: ଚଳଚଞ୍ଚଳ ରଥଖଳା, ଦେଖନ୍ତୁ କେମିତି ଚାଲିଛି କାମ - Rath Yatra 2024
 

ତିନି ରଥର ପାଞ୍ଚ ଦଣ୍ଡାରୁ ୪ ଗୋଟି ଦଣ୍ଡାର ଚଉପଟ ଶେଷ ହୋଇ ପଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି।  ଏଥିସହ ତିନି ରଥର ପାର୍ଶ୍ଵ ଦଣ୍ଡାର ଚଉପଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏଥିସହ ତିନିରଥର ୨୦ ଫୁଟିଆ ଦୁଇଟି ଗରଗରାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାରି ନାହାକା ନିର୍ମାଣ ପାଇଁ ଗତ କାଲି ପ୍ରଥମ ପର୍ଯ୍ୟାୟରେ ତିନିରଥ ଚାଳିକୁ ରଥ ଅମୀନ ଦୁଇଟି ଲେଖାଏଁ ୨୦ ଫିଟିଆ ଧଉରା କାଠ ଯୋଗାଇଥିଲେ,ଆଜି ତିନି ରଥ ଚାଳି କୁ ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ଆଉ ଦୁଇଟି ଲେଖାଏଁ ନାହାକା କାଠ ଯୋଗାଇ ଛନ୍ତି । ଉକ୍ତ ନାହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରି ରହିଛି। ରୂପକାର ସେବକ ମାନେ ତିନି ରଥର କୋଣ ଗୁଜରେରେ ସିଂହ ବିରାଳ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଏବଂ ରୂପ ପଲିସ କାର୍ଯ୍ୟ ଜାରୀ ରଖି ଛନ୍ତି । 


କରତୀ ସେବକ ମାନେ ଅଧିକ ଲମ୍ବ ଥିବା ଚାରିଗୋଟି ନାହାକା କାଠ ଗଡ କରୀ ଯୋଗାଇବା ସହ, ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି। ପାହି ମହାରଣା ଦୋଳବେଦି ଠାରେ ଅଣସର ତଥା ରଥଯାତ୍ରାରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି। ଏଥିରେ ତୁମ୍ବ ବିନ୍ଧ କାରୀଗର ସହାୟତା କରିବା ସହ ଶ୍ରୀମନ୍ଦିର କର୍ମଚାରୀ ବସନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ଉକ୍ତ ସରଞ୍ଜାମ ପ୍ରସ୍ତୁତ ଚାଲିଛି। ଅଣସର ନୀତି ପାଇଁ ସୁଧ ସୁଆରଙ୍କ ନିମନ୍ତେ ୪ ଗୋଟି ବଡ ପିଢ଼ା ଏବଂ ସେବା ନୀତି ପାଇଁ ସାମନ୍ତ ପୂଜା ପଣ୍ଡା ସେବକ ଙ୍କ ନିମନ୍ତେ କୁରୁମ ପିଢ଼ା ୪ ଗୋଟି ନିର୍ମାଣ କରି ଫୁଲ ଚାଙ୍ଗଡ଼ା ପ୍ରସ୍ତୁତ ହୋଇଛି।  ଦୋଳବେଦୀ ଅସ୍ଥାୟୀ କମାର ଶଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଶେଷ କଲାପରେ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।



ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.