ଦର୍ଶନ କରନ୍ତୁ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Patidian Mangala Alati

By ETV Bharat Odisha Team

Published : Jul 1, 2024, 7:23 AM IST

thumbnail
Patidian Mangala Alati (ETV Bharat Odisha)

Patidian Mangala Alati ପୁରୀ: ଶ୍ରୀକ୍ଷେତ୍ରରେ ଜାରି ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା । ସ୍ନାନଯାତ୍ରାରେ ମାତ୍ରାଧିକ ସ୍ନାନ ପରେ ଜ୍ବରାକ୍ରାନ୍ତ ଚତୁଦ୍ଧାମୂର୍ତ୍ତି  । ୧୦ ଦିନ ହେଲା ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା । ଫୁଲୁରୀ ତେଲ ଲାଗି ନୀତି ପରେ ଚାଲିଛି ଓଷଲାଗି ନୀତି । ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଆସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି । ଜ୍ବର ଉପଶମ ହେବା ପରେ ଠାକୁରଙ୍କ ନବଯୌବନ ବେଶ ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଦେଖନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.