thumbnail

ଆଜି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ LIVE - Ratha Yatra 2024

By ETV Bharat Odisha Team

Published : Jul 7, 2024, 9:05 AM IST

Updated : Jul 7, 2024, 6:53 PM IST

ପୁରୀ: ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଗଗନପବନ । ଭଜନ କୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଆଜି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସମୟ ଯେତେ ଗଡୁଛି ଭିଡ ସେତେ ବଢୁଛି । ଭାବବିହ୍ୱଳ ଭକ୍ତ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଅନେଇ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ବର୍ଷକୁ ଥରେ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଆସୁଛନ୍ତି ମଣିମା । ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯାଉନାହିଁ ବରଂ ଭଗବାନ ନିଜର ଅସଂଖ୍ୟ ଭକ୍ତଙ୍କୁ ଦର୍ଶନ ଦେବାପାଇଁ, ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ଭାଇ ଭଉଣୀଙ୍କୁ ସାଥିରେ ଧରି ବଡଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ଜଗତର ନାଥ । ପ୍ରଭୁଙ୍କର ଦର୍ଶନ ପାଇବାକୁ ବ୍ୟାକୁଳ ଭକ୍ତ ହେଲେ ମନମୋଟିଆ ମହାବାହୁ ମନ ହେଲେ ଝୁଲି ଝୁଲି ଆସିବ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ଟିକିଏ ଦର୍ଶନ ମିଳିଗଲେ ଧନ୍ୟ ହୋଇଯିବ ଚର୍ମଚକ୍ଷୁ, ପ୍ରାଣ ପାଇଯିବ ଶରୀର, ମୋକ୍ଷ ପାଇଯିବ ମନ । ଭାବଭକ୍ତିରେ ଏକାକାର ହୋଇଯିବେ ଭକ୍ତ ଓ ଭଗବାନ । ଇଟିଭି ଭାରତ, ପୁରୀ 
Last Updated : Jul 7, 2024, 6:53 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.