thumbnail

By ETV Bharat Odisha Team

Published : Jan 22, 2024, 8:31 AM IST

Updated : Jan 22, 2024, 3:40 PM IST

ETV Bharat / Videos

ଭବ୍ୟ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଅଯୋଧ୍ୟାରୁ ଦେଖନ୍ତୁ LIVE

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖର ଦେଶ । ଆଜି ମନ୍ଦିରରେ ବିରାଜିବେ ରାମଲାଲା । ଏଥି ପାଇଁ ସକାଳୁ ସକାଳୁ ପ୍ରଭୁ ରାମଚନ୍ଦ୍ରଙ୍କୁ ଶୟନରୁ ଉଠାଯାଇଛି । ସକାଳୁ ସକାଳୁ ମନ୍ଦିରରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ମନ୍ତ୍ର ଧ୍ବନୀରେ କମ୍ପୁଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଶ ଓ ବିଦେଶରେ ମଧ୍ୟ ଉତ୍ସାହର ମାହୋଲ । ଆଜି ଅପରାହ୍ନ 12ଟା 20ରୁ ଦିନ1ଟା ପର୍ଯ୍ୟନ୍ତ ହେବ ପ୍ରାଣ ପ୍ରତିଷ୍ଠା । ଏଥି ପାଇଁ ମାତ୍ର 84 ସେକେଣ୍ଡ ଶୁଭ ମୁହୂର୍ତ୍ତ ମଧ୍ୟରେ ପ୍ରଭୁ ରାମଚନ୍ଦ୍ର ବିରାଜମାନ କରିବେ । 12ଟା 29 ମନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା । 40 ମିନିଟ ଧରି ଚାଲିବ ପୂଜାର୍ଚ୍ଚନା । ଭବ୍ୟ ସମାରୋହ ପାଇଁ ରାମ ମନ୍ଦିରକୁ କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ସଜ୍ଜା ଯାଇଛି ।

Last Updated : Jan 22, 2024, 3:40 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.