ଆସୁଛି ରାକ୍ଷୀ ପୂର୍ଣ୍ଣିମା; ଭଳିକି ଭଳି ରାକ୍ଷୀରେ ଚମକୁଛି ଜଟଣୀ ବଜାର - Colourful Rakhi flood Jatani Market

By ETV Bharat Odisha Team

Published : Aug 10, 2024, 5:24 PM IST

thumbnail
ଆସୁଛି ରାକ୍ଷୀ ପୂର୍ଣ୍ଣିମା; ଭଳିକି ଭଳି ରାକ୍ଷୀରେ ଚମକୁଛି ଜଟଣୀ ବଜାର (ETV Bharat Odisha)

ଖୋର୍ଦ୍ଧା: ଜଟଣୀରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଦିନ କେଇଟା ପରେ ପାଳନ ହେବ ଭାଇ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ । ମିନି କୋଲକାତା ଭାବରେ ପରିଚିତ ଜଟଣୀ ସହର ଏବେ ଚଳଚଞ୍ଚଳ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଖୁଚୁରା ବ୍ୟବସାୟୀମାନେ ଏଠାକୁ ଆସି ରାକ୍ଷୀ ବ୍ୟବସାୟ କରି ଦୁଇ ପଇସା ଲାଭ କରିଥାନ୍ତି । ଜଟଣୀ ସହରରେ ରାକ୍ଷୀକୁ ନେଇ ଅନେକ ହୋଲସେଲିଂ ବ୍ୟବସାୟ ରହିଛି ।  ଚଳିତ ବର୍ଷ ଏହି ହୋଲସେଲିଂ ମାର୍କେଟରେ ଆରମ୍ଭ ହୋଇ ଯାଇଛି ଖୁଚୁରା ବ୍ୟବସାୟୀଙ୍କ ଗହଳି ।  

ଏହା ବି ପଢନ୍ତୁ- ପଡ଼ୁଛି ଭଦ୍ରାକାଳ; ଏହି ସମୟରେ ଭୁଲରେ ବି ଭାଇ ହାତରେ ବାନ୍ଧନ୍ତୁ ନାହିଁ ରାକ୍ଷୀ, ନଚେତ୍‌ ଆସିବ ବଡ଼ ବିପଦ !

ଚଳିତ ବର୍ଷ ଧାନ ରାକ୍ଷୀ, ଷ୍ଟୋନ ରାକ୍ଷୀ, ଟ୍ରେଡିଂ ରାକ୍ଷୀ, ଜଗନ୍ନାଥ, ମୟୂର, ଲବଙ୍ଗ, ଚାଉଳ ରାକ୍ଷୀ, ଭାଇ ଭାଉଜ ରାକ୍ଷୀ ସହ ପାଖାପାଖି 4ରୁ 5 ହଜାର ଭେରାଇଟର ରାକ୍ଷୀ ଆସିଛି । ଜଟଣୀକୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ମୁମ୍ବାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ମାଡ୍ରାସ ଆଦି ଅଞ୍ଚଳରୁ ରାକ୍ଷୀ ଆସୁଛି ।  ଓଡ଼ିଶାର SHG ମାଆମାନଙ୍କ ଦ୍ବାରା ଧାନ, ଚାଉଳ, ମୟୂର ଓ ଜଗନ୍ନାଥଙ୍କ ପ୍ରତିକୃତି ରାକ୍ଷୀକୁ ନେବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।  

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.