ପାରାଦ୍ୱୀପରେ ରଜ ମହୋତ୍ସବ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ - Raja 2024 - RAJA 2024
🎬 Watch Now: Feature Video
Published : Jun 18, 2024, 11:22 AM IST
Raja Mahostav Concluded: ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପଠାରେ ରଜ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ପାରାଦ୍ୱୀପ ଗଡ଼ଠାରେ ତିନିଦିନ ଧରି ଆୟୋଜିତ ହୋଇ ଆସୁଥିବା ଏହି ରଜ ମହୋତ୍ସବରେ ସ୍ଥାନୀୟ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇ କହିଥିଲେ ଯେ, ଓଡିଶାର ପର୍ବପର୍ବାଣି ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ନେଇ ଜଣେ ଓଡ଼ିଆ ଗର୍ବକରେ । ଓଡ଼ିଆ ଜାତି ନାରୀକୁ ଅଗ୍ରାଧିକାର ଦେଇ ଆସିଛି । ଓଡ଼ିଶାର ଯେଉଁ ପରମ୍ପରା ରହି ଆସିଛି ତାହା ନାରୀକୈନ୍ଦ୍ରିକ । ସେ ଖୁଦୁରୁକୁଣୀ ଓଷା ହେଉ ବା ମାଣବସା ଗୁରୁବାର, କୁମାର ପୂର୍ଣ୍ଣିମା ହେଉ ବା ରଜ ସବୁଥିରେ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ପରମ୍ପରା ଆଗକୁ ଆହୁରି ସୁଦୂର ପ୍ରସାରୀ ହେଉ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ପୋଡ ପିଠା-ଦୋଳି ଖେଳରୁ ରଜ ମହୋତ୍ସବ ଆରମ୍ଭ, ନାଚ ଗୀତରେ ଶେଷ - Raja Parba 2024
ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ କହିଛନ୍ତି ଯେ, ରଜ ପର୍ବ ଆମ ଓଡ଼ିଆ ସଂସ୍କୃତିର ଗର୍ବ ଓ ଗୌରବ । ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ଫଳରେ କୃଷିକୁ ନେଇ ଏଠି ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଆସୁଛି । ଏହି କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ହରିହର ମହାପାତ୍ର, ବିଶିଷ୍ଟ ଭାଷ୍ୟକାର ସରଣାରବିନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଲୋକେ ଉପସ୍ଥିତ ହୋଇ ରଜ ମହୋତ୍ସବ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
ଇଟିଭି ଭାରତ, ଜଗତସିଂହପୁର