thumbnail

By ETV Bharat Odisha Team

Published : Jun 14, 2024, 5:06 PM IST

ETV Bharat / Videos

ପହିଲି ରଜରେ ଉତ୍ସବମୁଖର ଯାଜପୁର, କୋପଣ୍ଡ ଗାଁରେ ବିଭିନ୍ନ ପ୍ରତିଯୋଗିତା - RAJA CELEBRATION 2024

Raja Celebration: ଯାଜପୁର: ବରଷକେ ଥରେ ଆସିଛି ରଜ। ଆଉ ଏହି ରଜ ଉପଲକ୍ଷେ ବ୍ୟାସନଗର ସ୍ଥିତ କୋପଣ୍ଡ ଗାଁରେ ବିଭିନ୍ନ ପ୍ରତିଯୋଗିତା ହୋଇଛି । ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ପିଲାଙ୍କଠାରୁ ବୟସ୍କ ଏହି ରଜକୁ ଭରପୁର ଉପଭୋଗ କରୁଥିବାବେଳେ ଯୁବତୀମାନେ ପୋଡ଼ପିଠା ଖାଇ ଦୋଳି ରେ ଝୁଲି ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଆଜି ସକାଳୁ ଯୁବତୀ ଓ ମହିଳାମାନେ ନୂଆ ଡ୍ରେସ ପିନ୍ଧି ଘରକୁ ଘର ବୁଲି ପିଠାପଣା ଖାଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଆଜି ପହିଲି ରଜ; ସଜେଇ ହୋଇଛି ପୁରପଲ୍ଲୀ, ପିଠା-ମିଠାରେ ମହକିଲାଣି ଗାଁଦାଣ୍ଡ - Raja Parba 2024

ଅନେକ ସ୍ଥାନରେ  ଶଙ୍ଖ, ହୁଳୁହୁଳି, କବାଡି, ଖୋଖୋ ଓ ରଜ ଗୀତ ପ୍ରତିଯୋଗିତା ହେଉଥିବା ଦେଖିବାକୁ ମିଳିଛି l ଆଜି ଯାଜପୁର ଜିଲ୍ଲାର ଯାଜପୁର ଟାଉନ, ବିଞ୍ଝାରପୁର , ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ, ସୁକିନ୍ଦା, ଦଶରଥପୁର ଆଦି ଅଞ୍ଚଳରେ ଏହି ରଜ ପର୍ବ ଧୂମଧାମର ସହିତ ପାଳନ ହେଉଥିବା ଦେଖିବାକୁ ମିଳିଛି । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.