ରଜ ପାଇଁ ଉତ୍ସବରମୁଖର ଗାଁରୁ ସହର, ପିଠାପଣାରେ ମହକୁଛି ପିପିଲି - RAJA CELEBRATION 2024

By ETV Bharat Odisha Team

Published : Jun 14, 2024, 10:22 PM IST

thumbnail
Raja Celebration (ETV Bharat Odisha)

Raja Celebration: ନିମାପଡ଼ା: ରଜରେ ଦୁଲୁକୁଛି ଗାଁ ଦାଣ୍ଡ । ତୋଟାରେ କବାଡି ଖେଳ ଓ ତାସ ପାଲିର ଆସର ଜମିଛି । ଓଡ଼ିଶାର ଗଣପର୍ବ ରଜ ଉତ୍ସବ ପାଳନ କରିଛନ୍ତି ପିପିଲି ଆରୁହା ଗ୍ରାମର ଝିଅ ଓ ବୋହୂମାନେ । ରଜ ଦୋଳି ସହିତ ପୁଚି ଖେଳର ମଜା ଉଠାଇଛନ୍ତି ଗାଁର ମହିଳା । ପରସ୍ପରକୁ ରଜ ପାନ ଖୁଆଇବା ସହ ପିଠାପଣା ମଧ୍ୟ ଖାଇ ପର୍ବର ମଜା ନେଇଛନ୍ତି ।

ଏହା ବି ପଢନ୍ତୁ...ରଜ ପାଇଁ ଚଳଚଞ୍ଚଳ ସାରୁଅ, ପ୍ରସିଦ୍ଧ ପାନ ଖାଇବାକୁ ଗ୍ରାହକଙ୍କ ଗହଳି

ଏହାସହ ତାସ, ଲୁଡୁ,କବାଡି, ଭଳି ଖେଳ ପାଇଁ ଗାଁ ଦାଣ୍ଡ ହୋଇ ଉଠିଛି ଉତ୍ସବ ମୁଖର । ଘରେ ଘରେ ପିଠାପଣାର ମହକ ସାଙ୍ଗକୁ ବର୍ଷ ବର୍ଷର ଓଡିଶାର କଳା ସଂସ୍କୃତିର ପର୍ବକୁ ସମସ୍ତେ ବେଶ ମନଭରି ଉପଭୋଗ କରୁଛନ୍ତି । ରଜ ପର୍ବକୁ ନେଇ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । 


ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.