thumbnail

By ETV Bharat Odisha Team

Published : Jun 14, 2024, 5:02 PM IST

ETV Bharat / Videos

ପହିଲି ରଜରେ ଉତ୍ସବମୁଖର ଗାଁଠୁ ସହର, ପୁରୁଣା ଦିନ ପରି ପାଳନ ହେଉନି ରଜ - Balasore People Celebrating Raja

Raja 2024: ବାଲେଶ୍ଵର: ପିଠା ମିଠାର ମହକରେ ପୁରି ଉଠୁଛି ଗାଁରୁ ସହର। ସେମିତି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ କରାଯାଉଛି। ସକାଳୁ ସକାଳୁ ଉଠି ଝିଅମାନେ ସଜବାଜ ହୋଇ ଦୋଳି ଝୁଲିବାକୁ ଆସିଥିବା ଦେଖିବାକୁ ମିଳିଛି। ଗାଁ ଗହଳିର ସବୁବର୍ଗର ଲୋକମାନେ ଗାଁ ପଡ଼ିଆରେ ଏକତ୍ରିତ ହୋଇ ରଜପର୍ବ ପାଳନ ପାଇଁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ଦୋଳି ବନ୍ଧି ପିଲାଏ ଝୁଲୁଛନ୍ତି । ବଡ଼ ଲୋକମାନେ ତାସ ଖେଳରେ ମାତିଥିବା ବେଳେ ଘରର ଝିଅ ବୋହୂମାନେ ଲୁଡୁ ଖେଳି ରଜର ମଜା ଉଠାଉଛନ୍ତି। ସେମିତି ରଜ ପାଇଁ ବନ୍ଧୁ ବାନ୍ଧବଙ୍କ ସହ ପୁରା ପରିବାର ମିଶି ଖୁସି ମନାଉଛନ୍ତି। ଯେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଭା ଅନ୍ୱେଷଣ ମଧ୍ୟ କରାଯାଉଛି। କୁନିକୁନି ପିଲାମାନଙ୍କ ଦ୍ୱାରା ନାଚଗୀତ ପରିବେଷଣ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଉଛି। ଏହାରି ଭିତରେ ସମସ୍ତେ ବହୁତ ଖୁସିର ସହ ରଜ ପାଳନ କରୁଥିବା ଦେଖିବାକୁ ମିଳିଛି। ହେଲେ ଆଧୁନିକତାର ଆଢୁଆଳରେ ଆଜି ରଜ ସୋସିଆଲ ମିଡିଆରେ ସୀମିତ ରହିଥିବା ଦେଖିବାକୁ ମିଳିଛି। ପୁରୁଣା ଯୁଗର ରଜ ଆଜିର ଦିନରେ ଫିକା ପଡିଥିବା କଥା ବୟସ୍କ ମହିଳାମାନେ କହିଛନ୍ତି। କେଉଁଠି ନା କେଉଁଠି ଲୋକଙ୍କ ଭିତରେ ଆତ୍ମୀୟତା କମି ଯାଇଥିବା ପରିଲକ୍ଷିତ ହେଉଥିବା କଥା ମତ ପ୍ରକାଶ ପାଇଛି।  

ଏହା ମଧ୍ୟ ପଢ଼ନ୍ତୁ.. ଓଟିଡିସି ପକ୍ଷରୁ ଉଦଘାଟିତ ହେଲା ରଜ ମହୋତ୍ସବ ୨୦୨୪, ପିଠାପଣାରେ ମହକିଲା ପାନ୍ଥନିବାସ - Raja Celebration in Bhubaneswar

ରଜ ପର୍ବ ଓଡ଼ିଆମାନଙ୍କ ସବୁଠୁ ବଡ଼ ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ରଜ ତିନିଦିନ ଲୋକମାନେ ବେଶ ଆନନ୍ଦରେ ପାଳିଥାନ୍ତି । କୁହାଯାଏ ଏହି ସମୟରେ, ଧରଣୀ ମା ରଜବତୀ ହୋଇଥାଏ । ରଜ ସଂକ୍ରାନ୍ତିରେ ଚାଷୀମାନେ ମାଟି ମାଆକୁ ସ୍ପର୍ଶ କରିନଥାନ୍ତି । ରଜ ସରିବା ପରେ ଭୂମି ପୂଜନ କରାଯାଇ ଧରଣୀ ମାଆକୁ ଶୁଦ୍ଧ କରି ଚାଷୀଭାଇ ଆରମ୍ଭ କରେ ଚାଷକାର୍ଯ୍ୟ । ରଜ ପାଳିବାକୁ ବର୍ଷ ଆରମ୍ଭରୁ ସମସ୍ତେ ଅପେକ୍ଷା କରି ବସିଥାନ୍ତି । ଧରଣୀ ମା ସହିତ ରଜ ପର୍ବର ରହିଛି ଗଭୀର ସମ୍ପର୍କ । ଏହା କୃଷି ଓ କୃଷକ ପାଇଁ ମଧ୍ୟ ଅନେକ ମହତ୍ବ ରଖେ । ଏହି ରଜ ତିନିଦିନ ଲୋକମାନେ ନିଜ ଘରେ କୃଷିଜାତ ଖାଦ୍ୟ ଖାଇଥାନ୍ତି। ଯେମିତି କି ବିରି ପିଠା, ଚାଉଳ ପିଠା, ଆମ୍ବ, ପଣସ ପରି ଅନେକ କିଛି। ଏମିତି କି ପାନ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରଜରେ ପାନ ଖାଇବାର ପରମ୍ପରା ବେଶ ନିଆରା।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.