ରଜ ସଂକ୍ରାନ୍ତିରେ ଭୁବନେଶ୍ୱରର କଲ୍ୟାଣପୁରରେ ରଜ ମହୋତ୍ସବ... - Raja Festival Celebration - RAJA FESTIVAL CELEBRATION

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 10:38 PM IST

Raja Celebration 2024 : ଭୁବନେଶ୍ବର: ଖୁସିର ପସରା ନେଇ ଆସିଛି ରଜ। ଆଜି ଓଡିଆ ଗଣପର୍ବ ରଜର ଦ୍ବିତୀୟ ଦିନରେ ପାଳନ ହେଉଛି ରଜ ସଂକ୍ରାନ୍ତି । ଏହି କ୍ରମରେ ରଜ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ସମ୍ପୂର୍ଣ୍ଣ ଭୁବନେଶ୍ବର । ଆଉ ରଜରେ ସଜେଇ ହୋଇ ଦୋଳି ଖେଳୁଛି କୁଆଁରୀ । ପୋଡା ପିଠା ଖାଇ ପାଦରେ ଅଲତା ନାଇଁ ରଜ ମହୋତ୍ସବକୁ ପାଳନ କରୁଛନ୍ତି ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁରବାସୀ । ଗାଁରେ ଥିବା ସ୍ବସ୍ତି ବନରେ ୪୦୦ ଦୋଳି ଲଗାଇ କୁଆଖାଇ ନଦୀ ପଥରେ ରଜ ପାଳୁଛି ଗାଁ। ନାଚଗୀତର ଆସର ସହ ସମୂହ ଏକାଠି ହୋଇ ଦୋଳି ଖେଳୁଛନ୍ତି । ଆଉ ଏହି ବଡ ଆୟୋଜନରେ କେବଳ କଲ୍ୟାଣପୁର ନୁହେ ଭୁବନେଶ୍ୱର କୋଣାନୁକୋଣରୁ ଲୋକମାନେ ଯାଇ ଦୋଳି ଖେଳି ରଜର ମଜା ଉଠାଉଛନ୍ତି । ଏହାକୁ ଦେଖିଲେ ଲାଗୁଛି ଯେପରି ଅଦିନିଆ ବାଲି ଯାତ୍ରା ଲାଗିଛି।  

ଏହା ମଧ୍ୟ ପଢ଼ନ୍ତୁ.. ଭଗବତୀ ଓ ରାମଚଣ୍ଡୀ ପୀଠରେ ଅର୍କଶ୍ରୀ ପକ୍ଷରୁ ରଜ ଉତ୍ସବ, ୨୪ ବର୍ଷ ଧରି ବଞ୍ଚାଇ ରଖିଛନ୍ତି ପରମ୍ପରା - Raja Festival Celebration

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.