thumbnail

By ETV Bharat Odisha Team

Published : Jun 14, 2024, 10:36 PM IST

ETV Bharat / Videos

ପହିଲି ରଜରେ ଗାଁଠୁ ସହର ଉତ୍ସବମୁଖର, ଜଗତସିଂହପୁରରେ ରଜ ପାଳନ - Raja Celebration in Jagatsinghpur

Raja Celebration: ଜଗତସିଂହପୁର: ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ। ସେହିକ୍ରମରେ ଜଗତସିଂହପୁର ଜିଲ୍ଲାରେ ଧୁମଧାମରେ ପାଳନ କରାଯାଉଛି ରଜ । ବିଭିନ୍ନ ପୁରପଲ୍ଲୀରେ ବିଭିନ୍ନ ପିଠାପଣା ସାଙ୍ଗକୁ ପୋଡ଼ ପିଠାର ମଜା ନେଉଛନ୍ତି ଲୋକେ। ଓଡ଼ିଶାର ଗଣପର୍ବ ରଜ ହୋଇଥିଲେ ମଧ୍ୟ ଏହା ଉପକୂଳ ଓଡିଶାରେ ବିଶେଷ ଭାବରେ ଅଧିକ ପାଳନ କରାଯାଇଥାଏ। ଶୀତଳ ଷଷ୍ଠୀ ଦିନ ଠାରୁ ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇବା ସହିତ ଚାଷ ପାଇଁ ଉପଯୁକ୍ତ ସମୟ ଆସିଥାଏ। ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଭୂମି ଦହନ ଭାବରେ ପାଳନ କରାଯାଇଥାଏ। ବର୍ଷା ଋତୁର ପ୍ରବେଶ ପୂର୍ବରୁ ଧରଣୀ ରାଣୀ ରଜସ୍ଵଳା ହୋଇଥାଏ ବୋଲି ଚାଷୀକୁଳ ବିଶ୍ୱାସ କରିଥାନ୍ତି। ରାଜର ଶେଷ ଦିନ ବସୁମତୀ ସ୍ନାନ କରି ଚଷା ପୁଅ ତାର ଚାଷକାମ ଆରମ୍ଭ କରିଥାଏ। ରଜ ପାନ ସାଙ୍ଗକୁ ଲୁଡୁ, ତାସ, ଓ ବାଗୁଡି ଖେଳରେ ମାତି ଉଠନ୍ତି ଲୋକେ। କୁମାରୀ ମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ରଜ ଉତ୍ସବ ପାଳନ କରନ୍ତି। ରଜରେ ଦୋଳି ଲଗାଇ ଝୁଲିବା। ଖାଲି ପଦରେ ଭୂମିକୁ ସ୍ପର୍ଶ ନକରିବା ଓ ଭୂମିକୁ ଦହନ ବା ଖୋଳିବା ଆଦି ନିଷେଧ କରାଯାଇଥାଏ। 

ଏହା ମଧ୍ୟ ପଢ଼ନ୍ତୁ.. ନିଆଳିରେ ପହଲି ରଜ ପାଳିତ, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ - Raja Celebration In Niali

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.