ବରଷକ ପରେ ଆସିଛି ରଜ, ପିଠାପଣା, ନାଚ ଗୀତ ସାଙ୍ଗକୁ ଦୋଳି ଖେଳରେ ଝୁମୁଛି ପାନ୍ଥନିବାସ - Raja Celebration in Bhubaneswar
🎬 Watch Now: Feature Video
Published : Jun 14, 2024, 4:50 PM IST
RAJA CELEBRATION IN BHUBANESWAR: ଭୁବନେଶ୍ବର: ଆଜି ହେଉଛି ପହିଲି ରଜ। ରଜ ପାନ, ମିଠା, ପିଠା ଖାଇ ଦୋଳି ଖେଳରେ ମସଗୁଲ ହେଉଛନ୍ତି କୁଆଁରୀ । ଆଜି ପହିଲି ରଜ ଅବସରରେ ଭୁବନେଶ୍ବର ସ୍ଥିତ ପାନ୍ଥନିବାସରେ ଧୁମଧାମରେ ରଜ ପାଳନ ଚାଲିଛି । ତେବେ ଗତକାଲି ଏହି ଉତ୍ସବର ଉଦଘାଟନ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ କରିଥିଲେ। ଓଡ଼ିଶାର ଗଣପର୍ବ ରଜକୁ ନେଇ କାଲିଠାରୁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି। ତେବେ ଆଜି ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସରେ ପର୍ଯ୍ୟଟନ ବିଭାଗ ଓଟିଡିସି ପକ୍ଷରୁ ଚଳିତ ବର୍ଷ ରଜପର୍ବ ପାଳନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ସେପଟେ ବଡ଼ ଠାରୁ ଛୋଟ ସମସ୍ତେ ଆନନ୍ଦର ସହିତ ଏହି ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି। କିଏ ଦୋଳି ଝୁଲୁଛି ତ ଆଉ କିଏ ପିଠମିଠା ସାଙ୍ଗକୁ ରଜ ପାନର ମଜା ନେଉଥିବା ଦେଖିବାକୁ ମିଳିଛି।
ଇଟିଭି ଭାରତ, ଭୁବନେଶ୍ବର