thumbnail

By ETV Bharat Odisha Team

Published : Jul 2, 2024, 7:06 AM IST

ETV Bharat / Videos

ଦର୍ଶନ କରନ୍ତୁ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Patidian Mangala Alati

Patidian Mangala Alati ପୁରୀ: ସ୍ନାନଯାତ୍ରାରେ ମାତ୍ରାଧିକ ସ୍ନାନ କରି ଜ୍ବରାକ୍ରାନ୍ତ ଚତୁଦ୍ଧାମୂର୍ତ୍ତି । ଆଜିକୁ ୧୧ ଦିନ ହେଲା ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା  । ଆଜି ଚତୁର୍ଦ୍ଧାମୂର୍ତ୍ତି ପାଖରେ ଲାଗି ହେବ ଦଶମୂଳ ମୋଦକ। ଏହାପରେ ସୁସ୍ଥ ହେବେ ଶ୍ରୀଜିଉ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଆସ୍ଥାନରେ ଅନନ୍ତ ବାସୁଦେବଙ୍କ ପଟିଦିଅଁ ପୂଜା ପାଉଛନ୍ତି । ଜ୍ବର ଉପଶମ ହେବା ପରେ ଠାକୁରଙ୍କ ନବଯୌବନ ବେଶ ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଦେଖନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି ।ଅନ୍ୟପଟେ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଛି।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.