thumbnail

By ETV Bharat Odisha Team

Published : Jun 13, 2024, 7:38 AM IST

ETV Bharat / Videos

ପୁରୀରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା - FELICITATION TO DEPUTY CM

FELICITATION TO DEPUTY CM: ପୁରୀ: ଶ୍ରୀକ୍ଷେତ୍ରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ଜିତିଥିବା ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେଇଛନ୍ତି । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପହଞ୍ଚିବା ପରେ ଜିଲ୍ଲାର ସବୁ ବିଜେପି କର୍ମୀ ଓ ନେତା ପ୍ରଭାତୀ ପରିଡ଼ାଙ୍କୁ ଜୋରଦାର ସ୍ଵାଗତ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ପ୍ରଭାତୀ ପରିଡ଼ାଙ୍କୁ ସ୍ୱାଗତ କରିବା ସହ ସେ ଓଡ଼ିଆର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।ସେହିପରି ପ୍ରଭାତୀ ମଧ୍ୟ ନିଜ କର୍ମୀଙ୍କୁ ଉତ୍ସାହିତ କରିଥିଲେ । 

ଏହା ମଧ୍ୟ ପଢନ୍ତୁ .....ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ବନ୍ଧୁ - Reaction Of CM Friend

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ଓଡ଼ିଶାରେ ବିଜେପି ସରକାର୍ ଗଠନ ପରେ ଐତହାସିକ ନିଷ୍ପତ୍ତି ନିଆଯାଇଛି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ଉନ୍ନତି ପାଇଁ 5 ଶହ କୋଟି ଟଙ୍କାରର ସ୍ଵତନ୍ତ୍ର କର୍ପସ ଫଣ୍ଡ ଘୋଷଣା କରାଯାଇଛି । ସେହିପରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କାର ଭାଉଚର, କୃଷକ ସ୍ୱାର୍ଥ ପାଇଁ ଧାନର ଏମଏସପି ମୂଲ୍ୟ 3100 ଟଙ୍କା ଘୋଷଣା କରାଯାଇଛି । ତେବେ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଅନୁଯାୟୀ ସବୁ କାର୍ଯ୍ୟକ୍ରମ ହେବ।

ଇଟିଭି ଭାରତ,ପୁରୀ   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.