thumbnail

By ETV Bharat Odisha Team

Published : Jun 1, 2024, 7:26 PM IST

ETV Bharat / Videos

ପୁରୀ ବାଣ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ଏସଆରସିଙ୍କ ତଦନ୍ତ ଆରମ୍ଭ - PURI CRACKER TRAGEDY

Puri Cracker blast tragedy: ପୁରୀ: ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ଚାପ ଖେଳ ଚାଲିଥିବା ବେଳେ ଘଟିଥିବା ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଆସନ୍ତା ଜୁନ ୫ତାରିଖ ଦିନ ଘଟଣାକୁ ନେଇ କିଛି ଭି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ।  

ଏହା ମଧ୍ୟ ପଢ଼ନ୍ତୁ..  ପୁରୀ ବାଣ ଟ୍ରାଜେଡି: ଆଖି ବୁଜିଲେ ଆଉ ୨ ଜଣ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି - Death Toll Rises In Puri Explosion

ମୃତକ ହେଲେ ପୁରୀ ବ୍ରହ୍ମଗିରି ଅରଖୁଦା ଅଞ୍ଚଳର ୩୮ ବର୍ଷୀୟ ଶଙ୍କର ବେହେରା। ଅନ୍ୟଜଣେ ହେଲେ ବାରବାଟି ଖଣ୍ଡିଆବନ୍ଧା ଅଞ୍ଚଳର ହେମନ୍ତ ସାହୁଙ୍କ ୬ ବର୍ଷିୟ ଝିଅ ପ୍ରତୀକ୍ଷା ସାହୁ । ଏବେବି ବିଭିନ୍ନ ମେଡିକାଲରେ ୨୨ ଜଣ ଚିକିତ୍ସାଧୀନ ଅଛନ୍ତି। ସୂଚନା ମୁତାବକ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ୬ ଜଣ ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ମୃତଦେହକୁ ପୋତା ଯାଇଛି । ଆଉ ୪ ଜଣଙ୍କ ମୃତଦେହର ଶେଷକୃତ୍ୟ ସ୍ବର୍ଗଦ୍ବାରରେ ସମ୍ପର୍ଣ୍ଣ କରାଯାଇଛି । ଖଣ୍ଡିଆବନ୍ଧ ଗାଁ ଶ୍ମଶାନରେ ସେହି ଗ୍ରାମର ଶିଶୁପୁତ୍ର ପ୍ରିୟାଂଶୁ ସ୍ବାଇଁ (୨)ଙ୍କ ମୃତଦେହକୁ ଗୁରୁବାର ପୋତାଯାଇଥିଲା । ସେହିଦିନ ଦେବୀଘାଟର 40ବର୍ଷୀୟ କେ.ରାଜୁ ରାଓ ଓ ସର୍ବୋଦୟ ନଗର ମାଟିଆପଡ଼ାର ୧୫ ବର୍ଷୀୟ ଋଷିକେଶ କର୍ମକାର ଙ୍କ ଶବକୁ ସ୍ବର୍ଗଦ୍ବାରରେ ସଂସ୍କାର କରାଯାଇଥିଲା । ଶୁକ୍ରବାର ଖଣ୍ଡିଆବନ୍ଧର ଶିଶୁକନ୍ୟା ସମ୍ରିଦ୍ଧି ସାହୁ (୩)ଙ୍କ ମୃତଦେହ ଶ୍ମଶାନରେ ପୋତାଯିବା ପରେ ୩୩ ବର୍ଷୀୟ ହେମନ୍ତ ସାହୁ ଓ ୧୨ ବର୍ଷୀୟ ସୌମ୍ୟରଞ୍ଜନ ସାହୁଙ୍କ ମୃତଦେହ ଦାହ କରାଯାଇଛି । ଗାଁ ଶ୍ମଶାନରୁ ସ୍ବର୍ଗଦ୍ବାର ଯାଏଁ ସବୁଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.