ରାଜପଥ ପାଇଁ କାହାରି ନିଘା ନାହିଁ, ବାଦ୍ୟଯନ୍ତ୍ର ବଜାଇ ପ୍ରତିବାଦ - ବାଦ୍ୟଯନ୍ତ୍ର ବଜାଇ ପ୍ରତିବାଦ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 9, 2024, 10:50 PM IST

Protest for Road Problem: ଅନୁଗୋଳ: ଗତ 23 ଦିନ ହେବ ଚାଲିଛି ଆନ୍ଦୋଳନ । ୫୫ନମ୍ବର ଜାତୀୟ ରାଜପଥର ନିର୍ମାଣ ଦାବିରେ ଚାଲିଛି ଆନ୍ଦୋଳନ । ହେଲେ ସତେ ଯେମିତି କାହାରି ଦୃଷ୍ଟିରେ ପଡ଼ୁନାହିଁ ଲୋକଙ୍କ ଅସୁବିଧା । ରାଜପଥ ମରାମତି ଓ ଅନୁଗୋଳରେ ମେଡିକାଲ କଲେଜ ନିର୍ମାଣ ଦାବି କରୁଥିବା ଆନ୍ଦୋଳନକାରୀ ଆଜି ଭିନ୍ନ ରୂପରେ ପ୍ରତିବାଦ କରିଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.... ରାଜରାସ୍ତାକୁ ଓହ୍ଲାଇଲା ଓଷ୍ଟା, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ ଚେତାବନୀ

ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥର ତୁରନ୍ତ ନିର୍ମାଣ ଦାବିରେ ଅନୁଗୋଳ ସଚେତନ ନାଗରିକ ପକ୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଚାଲିଛି । ଶତାଧିକ ସଚେତନ ନାଗରିକ ଧାରଣାସ୍ଥଳ ଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସମସ୍ତଙ୍କ ହାତରେ ଥିବା ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର । କାହା ହାତରେ ଢୋଲ, ତ ଆଉ କାହା ହାତରେ ଝାଞ୍ଜ । ଆଉ କିଏ ଯୋଡି ନାଗରା ବଜାଉ ଥିଲେ । ଏମିତି ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ଧରି ସହର ପରିକ୍ରମା କରିଥିଲେ । ବାଜା ବଜାଇ ବଜାଇ ସମସ୍ତେ ଚାଲିଥିଲେ । ଜାତୀୟ ରାଜପଥ ନିର୍ମାଣ ଦାବିରେ ସଚେତନ ନାଗରିକ ମାନେ ଆଜିକୁ ୨୩ଦିନ ହେଲା ଧାରଣାରେ ବସିଛନ୍ତି । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ଧରଣାସ୍ଥଳକୁ ଆସି ନାହାନ୍ତି କି କୌଣସି ପ୍ରତିଶୃତି ଦେଇ ନାହାନ୍ତି । ଜିଲ୍ଲାର କୌଣସି ନିର୍ବାଚିତ ପ୍ରତିନିଧି ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ତେଣୁ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ନିଦ୍ରା ଭଙ୍ଗ କରିବାକୁ ବାଜା ବଜାଇ ପ୍ରତିବାଦ କରିଥିବା କହିଛନ୍ତି ସଚେତନ ନାଗରିକ। ଯଦି କେହି ନଶୁଣନ୍ତି ତେବେ ଆଗାମୀ ଦିନରେ ଅର୍ଥ ନୈତିକ ଅବରୋଧ କରିବାକୁ ଚେତାବନୀ ଦେଇଛି ସଚେତନ ନାଗରିକ ସଂଘ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.