ବ୍ରହ୍ମକୁମାରୀ ସୁବର୍ଣ୍ଣ ଜୟନ୍ତୀରେ ରାଷ୍ଟ୍ରପତି, ଦେଖନ୍ତୁ LIVE - ବ୍ରହ୍ମକୁମାରୀ ସୁବର୍ଣ୍ଣ ଜୟନ୍ତୀ
🎬 Watch Now: Feature Video
Published : Mar 1, 2024, 3:52 PM IST
|Updated : Mar 1, 2024, 5:21 PM IST
କଟକ: ୪ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ବ୍ରହ୍ମକୁମାରୀ ଓଡ଼ିଶା ସେବା ପକ୍ଷରୁ ଆୟୋଜିକ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ୧୯୭୩ ମସିହାରେ କଟକରେ ସ୍ଥାପିତ ହୋଇଥିବା ପ୍ରଜାପିତା ବ୍ରହ୍ମକୁମାରୀ ଓଡ଼ିଶା ସେବାକୁ ଇତି ମଧ୍ୟରେ ୫୦ ବର୍ଷ ପୂରିଛି । ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ୩ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ପ୍ରଥମ ଦିନରେ ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଭବ୍ୟ ସ୍ବାଗତ ପାଇଁ କଟକ ବ୍ରହ୍ମକୁମାରୀ ଆଶ୍ରମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଆଜି ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରୁ ସିଧା କଟକ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି । ଦେଖନ୍ତୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ...
Last Updated : Mar 1, 2024, 5:21 PM IST