ପୁରୀରେ ନିର୍ବାଚନୀ ହିଂସା, ବିଜେଡ଼ି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲା ବିଜେପି - Poll Violence in Puri

By ETV Bharat Odisha Team

Published : May 25, 2024, 6:31 PM IST

thumbnail

Poll Violence in Puri: ପୁରୀ: ପୁଣି ମୁହାଁମୁହିଁ ହେଲେ ବିଜେପି ବିଜେଡ଼ି କର୍ମୀ । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଦୁଇ କର୍ମୀ ଆହତ ହେଇଥିବା ଅଭିଯୋଗ ହେଇଛି । ଆହତ ଦୁଇ କର୍ମୀ ହେଲେ ବିଶ୍ଵ ରଞ୍ଜନ ରାଉଳ ଏବଂ ସଂଗ୍ରାମ ପରିଡ଼ା । ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଅଭିଯୋଗ କରାଯାଇଛି । ଆହତ ବିଜେପି କର୍ମୀଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସକୁ ଏନେଇ ଖବର ଦିଆଯାଇଥିଲେ ମଧ୍ୟ ଶାସକ ଦଳର ଚାପରେ ପୋଲିସ୍ କୌଣସି ପଦକ୍ଷେପ ନେଇ ନଥିବା ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଥରେ ଉତ୍ତେଜନା, କାମାକ୍ଷାନଗରରେ ପ୍ରିଜାଡିଙ୍ଗ ଅଫିସରଙ୍କୁ ବିରୋଧ - Poll Violence In 3rd Phase Election

ଏହି ଘଟଣାରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି "ବୁଥ ପାଖରେ ବିଜେଡି କର୍ମୀ ଟେଣ୍ଟ ମାରୀ ଦଳ ସପକ୍ଷରେ ପ୍ରଚାର କରୁଥିଲେ । କେବଳ ସେତିକି ନୁହେଁ ବିଜେଡି କର୍ମୀ ବୁଥ ଭିତରେ ପଶି ବିଜେଡିକୁ ଭୋଟ ଦେବା ପାଇଁ ଭୋଟରଙ୍କୁ କହୁଥିଲେ । ତେବେ ବିଜେପି କର୍ମୀ ଏହା ବିରୋଧ କରିବାରୁ ଉତକ୍ଷିପ୍ତ ହୋଇ ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।" ତେବେ ବିଜେଡି ହାରିବା ଭୟରେ ଗୁଣ୍ଡାରାଜ କରୁଥିବା ବିଜେପି ଅଭିଯୋଗ କରିଛି । ତେବେ ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ବିଜେଡି କର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ଟାଉନ ଥାନାରେ ଏତଲା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.