thumbnail

By ETV Bharat Odisha Team

Published : Jun 1, 2024, 4:30 PM IST

ETV Bharat / Videos

2ଦିନ ପରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - PM Modi ends meditation

ଚେନ୍ନାଇ: ତପସ୍ୟା ଭଙ୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ 45 ଘଣ୍ଟା ଧ୍ୟାନରେ ବସିବା ପରେ ଶନିବାର ଅପରାହ୍ନରେ ସେ ଧ୍ୟାନରୁ ଉଠିଛନ୍ତି । ତାମିଲନାଡୁ କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ଶିଳା ସ୍ମାରକୀ (ରକ୍‌ ମେମୋରିଆଲ)ରେ ସେ ମେ’ 30 ତାରିଖ ସନ୍ଧ୍ୟାରୁ ଧ୍ୟାନରେ ବସିଥିଲେ । ଧ୍ୟାନ ମଣ୍ଡପମ ଦିନରାତି ତପସ୍ୟା କରିବା ପରେ ଆଜି ଧ୍ୟାନରୁ ଉଠିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ଲାଗି ମେମୋରିଆଲରେ ରାତ୍ରି ଯାପନ କରିଥିଲେ । ଧ୍ୟାନ ସାଧନା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଫେରି ସେବା ଯୋଗେ ବିବେକାନନ୍ଦ ଶିଳା ସ୍ମାରକୀରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନା ଥାଉ କି 1892 ମସିହାରେ ସ୍ବାମୀ ବିବେକାନନ୍ଦ ଏଠାରେ ଧ୍ୟାନରେ ବସିଥିଲେ । ଲୋକସଭା ନିର୍ବାଚନ 2024 ପାଇଁ ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତପସ୍ୟା ପାଇଁ ବାହାରିଥିଲେ । 

ଏହା ବି ପଢନ୍ତୁ- ସରିଲା ନିର୍ବାଚନ ପ୍ରଚାର, ଆଜିଠୁ ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.