ଦିଲ୍ଲୀ ବିଜେପି ମୁଖ୍ୟାଳୟରୁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରୁଛନ୍ତି ମୋଦି, ଦେଖନ୍ତୁ LIVE - PM Modi addresses Party Workers - PM MODI ADDRESSES PARTY WORKERS
🎬 Watch Now: Feature Video
Published : Jun 4, 2024, 8:27 PM IST
|Updated : Jun 4, 2024, 9:14 PM IST
ନୂଆଦିଲ୍ଲୀ: ପ୍ରକାଶ ପାଇଛି 2024 ଲୋକସଭା ନିର୍ବାଚନର ଫଳାଫଳ । ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପିଏମ ହେବାକୁ ଯାଉଛନ୍ତି । ବିଜେପିକୁ କେନ୍ଦ୍ରରେ ବହୁମତ ମିଳିଛି । ତୃତୀୟ ଥର ଲାଗି ମୋଦି ସରକାର ଆସୁଥିବାରୁ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଦଳ 400 ପାର କରିନଥିଲେ ସୁଦ୍ଧା ସରକାର ଗଢିବାକୁ ମ୍ୟାଜିକ ନମ୍ବର ପାର କରିଛି ବିଜେପି । ଜନାଦେଶ ପରେ ଏବେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାକୁ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହିତ ଦଳର ଶୀର୍ଷ ନେତୃତ୍ବ ଅମିତ ଶାହ, ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି । ଏହାସହିତ ପାର୍ଟି ମୁଖ୍ୟାଳୟରେ ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ଅଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରୁ ଦେଖନ୍ତୁ ଲାଇଭ
Last Updated : Jun 4, 2024, 9:14 PM IST