thumbnail

By ETV Bharat Odisha Team

Published : Jun 23, 2024, 7:41 PM IST

ETV Bharat / Videos

ଦୂର ହେବ ଅନିୟମିତ ମୌସୁମୀ ପ୍ରବାହ ଓ ମରୁଡି ସମସ୍ୟା: ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ - Suresh Pujari Reaction

Suresh Pujari Reaction: କଟକ: ରାଜ୍ୟରେ ଅନିୟମିତ ମୌସୁମୀ ପ୍ରବାହକୁ ନେଇ ବଢ଼ିଲାଣି ଚିନ୍ତା । ଯାହାର ସିଧାସଳଖ ପ୍ରଭାବ ଚାଷ ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି । ସ୍ୱଳ୍ପ ବର୍ଷାଜନିତ ମରୁଡି ସ୍ଥିତି ଉପୁଜିବା ନେଇ ଚିନ୍ତାରେ ଚାଷୀକୂଳ । ତେବେ ଏଭଳି ସ୍ଥିତିରେ ରାଜ୍ୟ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏହି ସମସ୍ୟାକୁ ନେଇ ଅଧିକ ମାତ୍ରାରେ ଫୋକସ କରିଛି । ରାଜ୍ୟ ମନ୍ତ୍ରୀ ମଣ୍ଡଳ ଗଠନ ହେବା ଦିନଠୁ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ପ୍ରତି ଜିଲ୍ଲାର ବ୍ଲକ ଏବଂ ପଞ୍ଚାୟତର ଖବର ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରାଯାଉଛି । ଏହାଛଡ଼ା ଆଗାମୀ ଦିନରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଦିଗରେ ଅନେକ ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଦୁର୍ବିପାକଜନିତ ମୃତ୍ୟୁ ମଧ୍ୟ ଏଣିକି ହ୍ରାସ ପାଇବ ।

ଏହା ମଧ୍ୟ ପଢ଼ନ୍ତୁ.. ମହିଳାଙ୍କ ପାଇଁ ଖୁସି ଖବର, ସୁଭଦ୍ରା ଯୋଜନାରେ କେବେ ମିଳିବ ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana

ବର୍ତ୍ତମାନ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାବେଳେ କେଉଁ ମୁହୂର୍ତ୍ତରେ ଘଡଘଡିଜନିତ ବର୍ଷା ଆରମ୍ଭ ହୋଇପାରେ । ତେଣୁ ଚଳିତ ବର୍ଷ ରିପୋର୍ଟ ଅନୁସାରେ ଘଡ଼ଘଡିଜନିତ ମୃତ୍ୟୁସଂଖ୍ୟା 140 ଛୁଇଁଛି । ତେବେ ଏଭଳି ଅକାଳ ବିୟୋଗକୁ ରୋକିବା ପାଇଁ ରାଜ୍ୟରେ ଅଧିକରୁ ଅଧିକ ତାଳଗଛ ଲଗାଯିବ । ଯାହା ଫଳରେ ଘଡଘଡି ଜନିତ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲାଗି ପାରିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବିପର୍ଯ୍ୟୟଜନିତ ମୃତ୍ୟୁକୁ ରୋକିବା ପାଇଁ ସରକାରଙ୍କ ସହ ଆଲୋଚନା ହୋଇଛି । ଏହି ଦିଗରେ ନିଶ୍ଚୟ ସୁଧାର ଆସିବ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲାବେଳେ ଚାଷ ଉପରେ ଅନେକ ନିର୍ଭରଶୀଳ । ତେଣୁ ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ଏବେଠୁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.