ବାଲେଶ୍ୱରର ଗୋଷ୍ଠୀ ସଂଘର୍ଷ ମାମଲା; ଏସପିଙ୍କ ସହ ରାଜ୍ୟ କଂଗ୍ରେସ ଟିମର ଆଲୋଚନା - Congress Team Visit Balasore
🎬 Watch Now: Feature Video
Published : Jun 23, 2024, 10:52 AM IST
ବାଲେଶ୍ଵର: ସହରରେ ଗୋଷ୍ଠୀ ସଂଘର୍ଷ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ସାଂସଦ ଅନନ୍ତ ସେଠୀ ବାଲେଶ୍ଵର ଗସ୍ତ କରିଛନ୍ତି । ଉକ୍ତ କଂଗ୍ରେସ ଟିମ ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ଶାଗରୀକା ନାଥଙ୍କ ଉପସ୍ଥିତିରେ ସାଂପ୍ରତିକ ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ବାଲେଶ୍ଵର ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ କଣ କଣ ଉଦ୍ୟମ ହୋଇଛି ଏବଂ ଶାନ୍ତି କମିଟି ଗଠନ କରିବା ପାଇଁ କିଭଳି ସାମାଜିକ କର୍ମୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରାଯିବ ସେନେଇ ଆଲୋଚନା କରିଛନ୍ତି । ସେହିଭଳି ସହରରେ ଆସ୍ତେ ଆସ୍ତେ କିଭଳି କର୍ଫ୍ୟୁ କୋହଳ ହେବ ଲୋକେ ସ୍ବାଭାବିକ ଜୀବନ ଯାପନ କରିବେ ଓ ଶାନ୍ତି ଫେରିବ ସେନେଇ ଆଲୋଚନା ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରଣକ୍ଷେତ୍ର ପାଲଟିଥିଲା ବାଲେଶ୍ବର, ସହରରେ ଶାନ୍ତି ବଜାୟ ରଖିବାକୁ ସାଂସଦଙ୍କ ଅପିଲ
ଇଟିଭି ଭାରତ, ବାଲେଶ୍ୱର