ପ୍ୟାରିସ ଅଲିମ୍ପିକ୍ସ 2024; କମାଲ କଲେ ମନୁ ଓ ସରବଜୋତ ଯୋଡ଼ି, ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା - Sand Animation For Olympian

By ETV Bharat Sports Team

Published : Aug 1, 2024, 4:04 PM IST

thumbnail
କମାଲ କଲେ ମନୁ ଓ ସରବଜୋତ ଯୋଡ଼ି, ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା (ETV Bharat Odisha)

ବ୍ରହ୍ମପୁର: ପ୍ୟାରିସ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହାସହିତ ଭାରତକୁ ମିଳିଛି ଦ୍ବିତୀୟ ପଦକ । ଏହି ଅବସରରେ ବିଜେତା ମନୁ ଭାକର ଓ ସରବଜୋତଙ୍କୁ ସ୍ୟାଣ୍ଡ ଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ବାଲିରେ ମନୁ ଓ ସରବଜୋତଙ୍କ ଫଟୋଚିତ୍ର ଆଙ୍କିଛନ୍ତି ।  

ଏହା ବି ପଢନ୍ତୁ- ଅଲିମ୍ପିକ୍ସ ବିଜେତା ମନୁ ଓ ସରବଜୋତଙ୍କୁ ବାଲୁକାକଳାରେ ଶୁଭେଚ୍ଛା

ଏହା ବି ପଢନ୍ତୁ- ମନୁ ଭାକର-ସରବଜୋତ ଆଣିଲେ ଦ୍ବିତୀୟ ମେଡାଲ; ଭାରତରୁ ଛୁଟିଲା ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ଗତ ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସରେ ଦକ୍ଷିଣ କୋରିଆକୁ ୧୬–୧୦ରେ ପରାସ୍ତ କରି 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଥିଲେ । ମନୁ ଭାକର ଏହା ପୂର୍ବରୁ ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ସହିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଖାତା ଖୋଲିଥିଲେ । ଏଥିଲାଗି ଦେଶର‌ ଏଭଳି ସଫଳତାକୁ ନେଇ ସତ୍ୟ ବାଲୁକା କଳା ମାଧ୍ୟମରେ ଦୁଇ ପ୍ରତିଭାକୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.