ନୂଆପଡା ତୁକୁଳାରେ ଧୁମଧାମରେ ପାଳିତ ହେଲା ପଣା ସଂକ୍ରାନ୍ତି - maha bisuba sankranti - MAHA BISUBA SANKRANTI
🎬 Watch Now: Feature Video
Published : Apr 14, 2024, 4:41 PM IST
Maha Bisuba Sankranti At Nuapada ନୂଆପଡା: ଜିଲ୍ଲାର ତୁକୁଳା ଗ୍ରାମ ମାଲପଡା ସ୍ଥିତ ମା' ତାରିଣୀଙ୍କ ପୀଠରେ ଆନ୍ଦନ ଉଲ୍ଲାସର ସହ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସକୁ ଓଡ଼ଶାର ନବବର୍ଷ ଭାବରେ ସାରା ରାଜ୍ୟରେ ଧୁମଧାମରେ ପାଳନ କରାଯାଉଛି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଧର୍ମର ପ୍ରତୀକ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟ ଅଭିଷେକ ହୋଇଥିବା ପୌରାଣିକ ତଥ୍ୟରୁ ଜଣାପଡେ । ସେହିଭଳି ସୃଷ୍ଟି ସ୍ରଷ୍ଟା ମହାପ୍ରଭୁ ବ୍ରହ୍ମା କାଳ ରଚନା କରି ଯୁଗାଦ୍ଦ ଆରମ୍ଭ କରିଥିଲେ ବୋଲି ଋଷିମୁନୀ ତଥ୍ୟ ଦିଅନ୍ତି । ଏହି ପବିତ୍ର ଦିନକୁ ମନେପକାଇ ତୁକୁଳା ଗ୍ରାମ ମାଲପଡା ସ୍ଥିତ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ପାଳନ କରାଯାଇଛି ।
ଆଜି ପ୍ରଥମେ ମାଲପଡା ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ପୂଜା ସ୍ଥାନରେ ପୂଜା ସାମଗ୍ରୀ ଧରି ଘଣ୍ଟ ବାଦ୍ୟର ତାଳେ ତାଳେ ମା' ତାରିଣୀ ପୀଠରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟ ପୂଜକ ଶୁଶୀଳ କୁମାର ଦାସ, ବେଣୁଧର ମେହେରଙ୍କ ନେତୃତ୍ୱରେ ଯଥା ବିଧିରେ ପୂଜା ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ଦୁର୍ଯ୍ୟନ ମେହେର ଓ ତାଙ୍କ ଧର୍ମପତ୍ନୀ ସ୍ନେହଲତା ମେହେର ଦାୟିତ୍ୱ ତୁଲାଇଥିବା ବେଳେ, ଧାର୍ମିକ କାର୍ଯ୍ୟରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମା'ଙ୍କ ଆଶୀର୍ବାଦ ନେଇଥିଲେ । ଏହି ଧାର୍ମିକ କାର୍ଯ୍ୟରେ କମିଟି ସଭାପତି ବନ କୁମାର ମାଝୀ, ସମ୍ପାଦକ ଈଶ୍ୱର ମେହେର, ଗୋପାଳ ପଟେଲ, ବିଜୟ ମେହେର, ବାଲେଶ୍ୱର ମାଝୀଙ୍କ ସମେତ କମିଟିର ବରିଷ୍ଠ କନିଷ୍ଠ ସଦସ୍ୟ ନିଜକୁ ସାମିଲ କରି ମା'ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।
ଇଟିଭି ଭାରତ, ନୂଆପଡ଼ା