ମର୍ଣ୍ଣିଂ ୱାର୍କରୁ ଫେରୁଥିବା ବେଳେ ଲୁଟ, ସୁନା ଚେନ ଝାମ୍ପି ନେଲେ ଲୁଟେରା - Loot From Woman

By ETV Bharat Odisha Team

Published : Jun 28, 2024, 9:55 PM IST

thumbnail
Women robbed by Three Robber (ETV Bharat Odisha)

Women robbed  by Three Robber: କଟକ: ମର୍ଣ୍ଣିଂ ୱାର୍କ କରୁଥିବା ମହିଳାଙ୍କ ଉପରକୁ ଆକ୍ରମଣ କରି ଲୁଟ । ଖଣ୍ଡା ଦେଖାଇ ଲୁଟି ନେଲେ ସୁନା ଚେନ। କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଜଗନ୍ନାଥ କଲୋନୀରେ ଘଟିଛି ଏହିଭଳି ଅଘଟଣ । ପ୍ରତ୍ୟେକ ଦିନ ପରି ଆଜି ବି ନିଜ କଲୋନୀ ରାସ୍ତାରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ ଜଗନ୍ନାଥ କଲୋନୀର ମଞ୍ଜୁଲତା ବେହେରା । ହେଲେ ଆଜି ଯାହା ଘଟିଗଲା ତାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ମଞ୍ଜୁଲତା । ସେ ପ୍ରତ୍ୟକ ଦିନ ସକାଳ ୫ ଟାରୁ ଉଠି ମର୍ଣ୍ଣିଂ ୱାର୍କ କରିଥାନ୍ତି । ଆଜି ବି ସକାଳେ ମର୍ଣ୍ଣିଂ ୱାର୍କ ସାରି ଘର ଦୁଆର ମୁହଁରେ ପହଁଞ୍ଚି ଥିଲା ବେଳକୁ ଲୁଟେରାଙ୍କ ଶିକାର ହେବାକୁ ପଡିଲା।  

ଏହା ମଧ୍ୟ ପଢ଼ନ୍ତୁ.. ଲୋକୋ ପାଇଲଟ ଅପହରଣ ମାମଲାରେ ୩ ଗିରଫ - Rourkela Loco Pilot Kidnapped Case

ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମଞ୍ଜୁଲତା କହିଛନ୍ତି ଯେ, ପ୍ରତ୍ୟେକ ଦିନ ପରି ଆଜି ମର୍ଣ୍ଣିଂ ୱାର୍କ ସାରି ଘରକୁ ଫେରିବା ସମୟରେ ଲୁଟେରା ଆସି ତାଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିଲେ । ସେ ବି ଭୟଭୀତ ହୋଇ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଦୁଇ ପଟରୁ ଦୁଇ ଲୁଟେରା ଘେରି ତାଙ୍କ ବେକରୁ ସୁନା ଚେନ ଛଡାଇଥିଲେ । ମହିଳା ଜଣକ ମଧ୍ୟ ନିଜକୁ ସୁରକ୍ଷିତ ରଖିବାକୁ ହାତରେ ଧରିଥିବା ବାଡ଼ିକୁ ଦେଖାଇଥିଲେ । ମାତ୍ର ଲୁଟେରା ସୁନା ଚେନ ଛଡାଇ ଦୁଇ ଖଣ୍ଡ କରି ଲୁଟି ନେବା ସହ ବାଡ଼ିକୁ ବି ଛଡାଇ ନେଇ ଫେରାର ହୋଇ ଯାଇଥିଲେ । କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ ସଂଗ୍ରହ କରିଛି । ଖୁବଶୀଘ୍ର ଲୁଟେରାଙ୍କୁ ଧରିବ ବୋଲି ବିଶ୍ୱାସ ଦେଇଛି ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.