BSKY ନେଇ ସ୍ବାସ୍ଥ୍ୟ ବିଭାଗ ଲିଖିତ ପ୍ରତିଶୃତି ଦେଉ: ଘରୋଇ ମେଡିକାଲ ସଂଘ - BSKY Card Issue

By ETV Bharat Odisha Team

Published : Jun 6, 2024, 4:20 PM IST

thumbnail
BSKY CARD ISSUE (ETV Bharat Odisha)

କଟକ: BSKYକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା ପରେ କାର୍ଡ ଅଚଳକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଥିଲା । ଏହା ଅଚଳ ହେବା ନେଇ ମିଥ୍ୟା ଖବର ମଧ୍ୟ ପ୍ରଘଟ ହୋଇଥିଲା । ତେବେ ଉଠିଥିବା ଦ୍ଵନ୍ଦ୍ବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଘରୋଇ ମେଡିକାଲ ସଙ୍ଘର ସାଧାରଣ ସମ୍ପାଦକ । ଏହା ଏକ ଗୁଜବ । ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତ୍ୟକ ସାଧାରଣ ଲୋକଙ୍କ ଏହା ମୌଳିକ ଅଧିକାର । କହିଲେ BSKY କାର୍ଡ ବନ୍ଦ ହୋଇନାହିଁ । ଭୁବନେଶ୍ୱରରେ କିଛି ଘରୋଇ ହସ୍ପିଟାଲରେ ଏହି କାର୍ଡ ଅଚଳ ନେଇ ଅଭିଯୋଗ ହସ୍ତଗତ ହୋଇଛି । କିନ୍ତୁ କଟକରର ସେଭଳି କୌଣସି ଅଭିଯୋଗ ଆସିନାହିଁ । ପୂର୍ବ ପରି କାର୍ଡ ଜରିଆରେ ରୋଗୀ ସେବା ଜାରି ରହିଛି । ଗତକାଲି କାର୍ଡ ଅଚଳ ଦ୍ଵନ୍ଦ୍ବ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ରାଜ୍ୟ ଘରୋଇ ମେଡିକାଲ ସଂଘ ଦାବି କରିଛି, ସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ଘରୋଇ ହସ୍ପିଟାଲକୁ ଏକ ଲିଖିତ ପ୍ରତିଶୃତି ଦେଇ ଏହି ବିବାଦ ଉପରେ ପୂର୍ଣଚ୍ଛେଦ ପକାଉ ବୋଲି କହିଛନ୍ତି ଓଡିଶା ଘରୋଇ ମେଡିକାଲ ସଂଘ ସମ୍ପାଦକ । ଗତକାଲି କଟକ ରେ BSKY କାର୍ଡ ଅଚଳ ଅଭିଯୋଗ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ BSKY କାର୍ଡ ଅଚଳ ନେଇ ରୋଗୀସେବା ବାଧାପ୍ରାପ୍ତ ଅଭିଯୋଗ ହୋଇଥିଲା। । ଉକ୍ତ ମେଡିକାଲରେ ରୋଗୀଙ୍କ ଗତକାଲି(ବୁଧବାର) ଅପରେସନ ତାରିଖ ରହିଥିଲା ବେଳେ ଅସ୍ତ୍ରୋପଚାର ନହୋଇ ପାରିବାରୁ ଏଭଳି ଅଭିଯୋଗ ଆଣିଥିଲେ ରୋଗୀଙ୍କ ସମ୍ପର୍କୀୟ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.