ବଲାଙ୍ଗୀରରେ ମତଦାନ ଜାରି, ନେତା ବାଛୁଛନ୍ତି ଜନତା - Odisha election 2024 - ODISHA ELECTION 2024
🎬 Watch Now: Feature Video
Published : May 20, 2024, 1:13 PM IST
ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ଆସନ ଓ ଜିଲ୍ଲାରେ ଥିବା 5 ବିଧାନସଭା ଆସନରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ସକାଳ 6ଟାରୁ ମକ ପୋଲିଂ ପରେ ଏବେ ମତଦାନ ଜାରି ରହିଛି । ପ୍ରବଳ ଗରମ ସତ୍ତ୍ୱେ ନେତା ବାଛିବା ପାଇଁ ବୁଥରେ ଲମ୍ବା ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ମତଦାତା । ପ୍ରଥମ ଥର ଭୋଟ ଦେଇ ବେସ ଉତ୍ସାହିତ ଅଛନ୍ତି ନୂଆ ଭୋଟର । ଭୋଟ ଦେବା ପରେ ଯିଏ ବିକାଶ କରିବ ସେଭଳି ପାର୍ଥୀଙ୍କୁ ସେ ବାଛିଛନ୍ତି ବୋଲି କହିଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର ମଧ୍ୟ ଭୋଟ ଦେଇଛନ୍ତି । ଜିଲ୍ଲାର ପାଞ୍ଚଟି ବିଧାନସଭାରେ ମୋଟ 13 ଲକ୍ଷ 29 ହଜାର 945 ଜଣ ଭୋଟର ରହିଛନ୍ତି । ଏଥିରେ ମହିଳା ଭୋଟର 6 ଲକ୍ଷ 55 ହଜାର 833 ଜଣ, ପୁରୁଷ ଭୋଟର 6 ଲକ୍ଷ 73 ହଜାର 822 ଜଣ ଓ ତୃତୀୟ ଲିଙ୍ଗି ଭୋଟର 290 ଜଣ ରହିଛନ୍ତି । ମୋଟ 1548 ପୋଲିଙ୍ଗ ବୁଥରେ ମତଦାନ ଜାରି ରହିଛି । ସେଥି ମଧ୍ୟରୁ ସଖୀ ବୁଥ 236, ପି ଡବ୍ଲୁ ଡ଼ି ବୁଥ 5, ଯୁବ ବୁଥ 25, ଇକୋ ଫ୍ରେଣ୍ଡଳୀ ବୁଥ 5 ରହିଛି। 929ଟି ବୁଥର ସିସି ଟିଭି ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ହିଞ୍ଜିଳିକାଟୁରେ କେମିତି ଚାଲିଛି ମତଦାନ, ଗ୍ରାଉଣ୍ଡରେ ‘ଇଟିଭି ଭାରତ’ - second phase voting
ଇଟିଭି ଭାରତ, ବଲାଙ୍ଗୀର