ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍‌' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan Listens Mann Ki Baat

By ETV Bharat Odisha Team

Published : Aug 25, 2024, 5:19 PM IST

thumbnail
Mann Ki Baat (ETV Bharat Odisha)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାଧାରଣ ଜନତାଙ୍କ ସହ ମିଶି 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୩ ତମ ସଂସ୍କରଣ ଶୁଣିଛନ୍ତି । ମୋଦି ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ସେ ବଖାଣିଛନ୍ତି । 'ମନ୍ କି ବାତ୍' ଶୁଣିବା ପରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦି ଆଜି (ରବିବାର) ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୩ ତମ ସଂସ୍କରଣରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ମୋଦି ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ସେ ବଖାଣିଛନ୍ତି । ଷ୍ଟାର୍ଟ ଅଫ୍ ପାଇଁ ବର୍ତ୍ତମାନ ହେଉଛି ଶ୍ରେଷ୍ଠ ସମୟ । ଏହା ହେଉଛି ଆମର ଯୁବକ-ଯୁବତୀ ମାନଙ୍କ ନିଜସ୍ଵ ମତ । ଯୁବ ଶକ୍ତି ଭିତରେ ବିଶ୍ଵ ସ୍ତରୀୟ ପ୍ରତିଯୋଗିତା ପାଇଁ ଏକ ନୂଆ ଉତ୍ସାହ ଆସି ପାରିଛି । ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଯେଉଁ ଯାତ୍ରା ଆରମ୍ଭ କରିଛୁ ତାହା ନିଶ୍ଚୟ ସଫଳ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ନିଜ ବାସଭବନରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ 95 ନମ୍ବର ବୁଥର ସାଧାରଣ ଜନତା ଓ କାର୍ଯ୍ୟାକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି  । 
ଏହା ମଧ୍ୟ ପଢ଼ନ୍ତୁ...‘ଜମ୍ମୁ କାଶ୍ମୀର ନିର୍ବାଚନରେ ଫାରୁକଙ୍କ ଦଳ ସହ ମେଣ୍ଟ କରି କଂଗ୍ରେସ ଦେଶର ସୁରକ୍ଷାକୁ ବିପନ୍ନ କରିଛି’ - CM MOHAN TARGET CONGRESS
ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.