ଓଡ଼ିଶା ଲୋକକଳା ବଞ୍ଚାଇବା ଲକ୍ଷ୍ୟ, ନିଆରା ଓଡ଼ଶୀ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ - Khordha Odashi Sankirttana Mahotsav

By ETV Bharat Odisha Team

Published : Jun 24, 2024, 2:13 PM IST

thumbnail

Khordha Odashi Sankirttana Mahotsav:  ଖୋର୍ଦ୍ଧା: ଆମ ଓଡ଼ିଆ ସଂସ୍କୃତି ପରମ୍ପରା ସବୁଠାରୁ ନିଆରା । ଯେଉଁଥିପାଇଁ ଆମେ ପାଳନ କରୁ ୧୨ ମାସରେ ୧୩ ପର୍ବ । ସେହିଭଳି ଓଡ଼ିଆଙ୍କ ବଡ଼ ଠାକୁର ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଗାଁ ଗହଳିରେ ଅନେକ କାର୍ଯ୍ୟକ୍ରମ ପ୍ରଚଳିତ ହୋଇ ଆସୁଛି । ତାହା ମଧ୍ୟରେ ଓଡଶୀ ସଂକୀର୍ତ୍ତନ ଅନ୍ୟତମ । ହଜି ଯାଉଥିବା ଏହି ନିଆରା ଓଡଶୀ ସଂକୀର୍ତ୍ତନ ଭଳି ଓଡ଼ିଶା ଲୋକକଳା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାର ବଡବେରଣା ଗ୍ରାମବାସୀ । 

ଏହାମଧ୍ୟ ପଢନ୍ତୁ.. ମା' ଶାରଳାଙ୍କ ପୀଠରେ କୈବର୍ତ୍ତ ସମ୍ପ୍ରଦାୟର ଚଇତି ଘୋଡା ଶୋଭାଯାତ୍ରା - Chaiti Ghoda

ବଡବେରଣା ଗ୍ରାମବାସୀଙ୍କ ସହଯୋଗରେ ରବିବାର ଅନୁଷ୍ଠିତ ହୋଇ ଯାଇଛି ଚତୁର୍ଥ ଓଡଶୀ ସଂକୀର୍ତ୍ତନ ମହୋତ୍ସବ । ଚାରିବର୍ଷ ଧରି ଏହି ନିଆରା କାର୍ଯ୍ୟକ୍ରମ ବଡବେରଣା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବା ବେଳେ ଗୋପୀନାଥ ଦେବଙ୍କ ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ବଛା ବଛା ଚାରିଜଣ ଓଡଶୀ ସଂକୀର୍ତ୍ତନ ଗାୟକଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବଡବେରଣା, ତାରିଆ, କିଆପଲ୍ଲା, କାଦୁଅପଡା ଏବଂ କନ୍ଦରପୁରରୁ ଆସିଥିବା ଓଡଶୀ ସଂକୀର୍ତ୍ତନ ଗାୟକ ଓ ବାୟକମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ଗ୍ରାମବାସୀ ମାନେ ସକାଳୁ ରାତ୍ରି ପର୍ଯ୍ୟନ୍ତ ଏହି ଜଗନାଥ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଓଡିଶୀ ସଂକୀର୍ତ୍ତନକୁ ବେଶ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ସେହିପରି ମଞ୍ଚରେ ବାୟକ ଗୁରୁ ଲୋଚନ ପଣ୍ଡା ଓ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ସହ ସମସ୍ତ ଗାୟକ ଓ ବାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.