ମାସକ ଭିତରେ ଆସିବ ରାସନ କାର୍ଡର ଚୂଡାନ୍ତ ତାଲିକା: ମନ୍ତ୍ରୀ - New Ration Card

By ETV Bharat Odisha Team

Published : Jul 24, 2024, 5:11 PM IST

thumbnail
Ration Card (ETV Bharat Odisha)

New Ration Card: ଭୁବନେଶ୍ବର: ରାସନ କାର୍ଡ ପ୍ରସଙ୍ଗରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାସନ କାର୍ଡ ନଥିବା ପରିବାରକୁ କାର୍ଡ ଯୋଗାଣ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ । ସେ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ଆବେଦନ କରି ଅପେକ୍ଷାରେ ଅଛନ୍ତି । ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧ ଟି ସ୍ବତଃ ଯୋଗ ହେବା ମାନଦଣ୍ଡ ଓ ୧୦ଟି ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲା ସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଏହି ମାନଦଣ୍ଡ ଆଧାରରେ ଉପଯୁକ୍ତ ତଦନ୍ତ କରାଯିବ । ଯୋଗ୍ୟ ଆବେଦନକାରୀଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମା (Upper Ceiling)କୁ ଦୃଷ୍ଟିରେ ରଖି ଖାଲି ପଡିଥିବା ସ୍ଥାନରେ ସାମିଲ କରାଯିବ ।"

ଏହା ବି ପଢନ୍ତୁ...'ବିଜେଡି ସରକାରରେ କିଛି ଲୋକ ଭୋଟ ରାଜନୀତି କରିବାକୁ ଯାଇ ଏପରି କରିଛନ୍ତି'

ମନ୍ତ୍ରୀ ଆହୁରି କହିଛନ୍ତି,"ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏହି କାମ ଚାଲିଛି । ବହୁ ଜିଲ୍ଲାରେ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚି଼ହ୍ନଟ ହେଲେଣି । ଘର ଘର ବୁଲି ଯାଞ୍ଚ ଚାଲିଛି । ମାସେ ଭିତରେ ହିତାଧିକାରୀଙ୍କ ନୂଆ ତଥା ଚୂଡାନ୍ତ ତାଲିକା ଆସିବ ।" ସେପଟେ ବିଜେଡି କହିଛି, "ଆମେ ସରକାରରେ ଥିବା ସମୟରେ ଵି ରାସନ କାର୍ଡ ଆବେଦନ ହୋଇଥିଲା । ଅଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିଲେ । ବହୁ ଆବେଦନ ଲାଇନରେ ଅଛି । ଯୋଗ୍ୟ ହିତାଧିକାରୀ ଚି଼ହ୍ନଟ ହୁଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.