ଓଡିଶା ହସ୍ତତନ୍ତର ପ୍ରଚାର ଓ ପ୍ରସାର; ହାଇଦ୍ରାବାଦରେ ଜାତୀୟ ହସ୍ତତନ୍ତ ଦିବସ ସେଲିବ୍ରେସନ କଲା ସ୍ୱାଭିମାନୀ ଓଡ଼ିଆ ପରିବାର - National handloom day

By ETV Bharat Odisha Team

Published : Aug 14, 2024, 12:57 PM IST

thumbnail
ହାଇଦ୍ରାବାଦରେ ଜାତୀୟ ହସ୍ତତନ୍ତ ଦିବସ ସେଲିବ୍ରେସନ କଲା ସ୍ୱାଭିମାନୀ ଓଡ଼ିଆ ପରିବାର (ETV Bharat Odisha)

ହାଇଦ୍ରାବାଦ: ସ୍ୱାଭିମାନୀ ଓଡ଼ିଆ ପରିବାର ହାଇଦ୍ରାବାଦ ତରଫରୁ BHEL କମୁନିଟି ସେଣ୍ଟର ଠାରେ ବାର୍ଷିକ ଉତ୍ସବ ଓ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଏଥିରେ ୩୦୦ ଲୋକ ଯୋଗ ଦେଇଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡିକେ ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ବିକେ ମହାପାତ୍ର, ଡ. ଭାରତ ପୁରୋହିତଙ୍କ ଭଳି ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସ୍ୱାଭିମାନୀ ଓଡ଼ିଆ ପରିବାର ପ୍ରବାସୀ ଓଡ଼ିଆ ସଂଗଠନ, ଓଡ଼ିଆ ସଂସୃତି ଓ ପରମ୍ପରା, ଓଡିଶା ହସ୍ତତନ୍ତର ପ୍ରଚାର ଓ ପ୍ରସାର କରିବାରେ ସବୁବେଳେ ଆଗଭର । ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସସ୍ମିତା ମିଶ୍ର, ଅଞନ କୁମାର ପାତ୍ର, ଅର୍ଚ୍ଚନା ମିଶ୍ର, ଶିଳା ସାହୁ, ଆଶିଷ କୁମାର ସୁବୁଦ୍ଧି, ଶକ୍ତି ଖାଡେଙ୍ଗା ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । 

ଏହା ବି ଦେଖନ୍ତୁ- ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ, ୫୦କିମି ସାଇକେଲ ଯାତ୍ରା କରି ଛାତ୍ରଙ୍କ ସଚେତନତା ବାର୍ତ୍ତା - ORGAN DONATION AWARENESS

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.