ଗଞ୍ଜାମରେ ୩ ନୂଆ ରେଳ ଲାଇନ, ଅନୁମୋଦନ ମିଳିଲେ ହେବ କାର୍ଯ୍ୟକାରୀ - New Rail Projects

By ETV Bharat Odisha Team

Published : Sep 15, 2024, 6:39 PM IST

thumbnail
Interview With Berhampur MLA (ETV Bharat Odisha)

ବ୍ରହ୍ମପୁର: ନୂଆ ବନ୍ଦେ ଏକ୍ସପ୍ରେସ ଟ୍ରେନ ଚଳାଚଳ ଶୁଭାରମ୍ଭ ହୋଇଛି । ଯାହାକି ବ୍ରହ୍ମପୁରରୁ ଟାଟାନଗରକୁ ଚଳାଚଳ କରିବ ।  ଏହି ଟ୍ରେନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ତଥା ମନ୍ତ୍ରୀ ଯାତ୍ରା କରିଥିଲେ । ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ଦକ୍ଷିଣ ଓଡ଼ିଶାର ରେଳବାଇ ବିକାଶ ପାଇଁ କ'ଣ ପଦକ୍ଷେପ ନିଆଯାଉଛି ସେନେଇ ଆଲୋଚନା କରିଛନ୍ତି । 

ଏହା ବି ପଢନ୍ତୁ...ଆଜି ବ୍ରହ୍ମପୁରରୁ ଶୁଭାରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ, ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ - Vande Bharat express

ଏହା ବି ପଢନ୍ତୁ...10ଟି ବନ୍ଦେ ଭାରତ ଭେଟି ଦେବେ ପ୍ରଧାନମନ୍ତ୍ରୀ: ଓଡିଶାକୁ ତିନି, ବ୍ରହ୍ମପୁରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - New Vande Bharat

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ - Dead official on PM visit duty

ଏହା ବି ପଢନ୍ତୁ...ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - NEW VANDE BHARAT EXPRESS



ଗୋପାଳପୁରରୁ ଥେରୁବାଲି (ଭାୟା ଦିଗପହଣ୍ଡି ଓ ମୋହନା), ଗୋପାଳପୁରରୁ ସମ୍ବଲପୁର ଏବଂ ଗୋପାଳପୁରରୁ ତାଳଚେର ଭଳି ୩ଟି ନୂତନ ରେଳ ଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଚାଲିଛି ପ୍ରଚେଷ୍ଟା । ଏଥିପାଇଁ ଗଞ୍ଜାମର ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଟିମ୍ ଯାଇ ଆଲୋଚନା କରିବେ । ଏହା ସହିତ କିଭଳି ଏହି ୩ଟି ରେଳ ଲାଇନ ପ୍ରକଳ୍ପ ହେବ ଏବଂ ସେଥିମଧ୍ୟରୁ ଅନୁଦାନ ଆସିଥିବା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ କିଭଳି କରାଯିବ ସେନେଇ ସୂଚନା ଦେଇଛନ୍ତି ବିଧାୟକ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.