ଭିନ୍ନ ଏକ ପରମ୍ପରା, ହୋଲିରେ ଶାଢୀ ଓ ଗହଣାରେ ସଜେଇ ହୁଅନ୍ତି ପୁରୁଷ - rare Holi celebration in AP - RARE HOLI CELEBRATION IN AP
🎬 Watch Now: Feature Video
Published : Mar 26, 2024, 9:11 PM IST
ହାଇଦ୍ରାବାଦ: ଆଜି ସାରା ଦେଶରେ ପାଳିତ ହେଉଛି ରଙ୍ଗର ପର୍ବ ହୋଲି । ହେଲେ ଭାରତ ପରି ବିଶାଳ ଓ ବିବିଧ ଦେଶରେ ଗୋଟିଏ ପର୍ବ ପାଳନରେ ଏକାଧିକ ପ୍ରଥା ଓ ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ । ସେହିପରି ହୋଲିକୁ ନେଇ ପରମ୍ପରାର ଏକ ଭିନ୍ନତା ମଧ୍ୟ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର କର୍ଣ୍ଣୁଲରେ । ଏଠାରେ ହୋଲିରେ କେବଳ ରଙ୍ଗ ଖେଳ ହୁଏ ନାହିଁ ବରଂ ପୁରୁଷମାନେ ମହିଳାଙ୍କ ପରି ଶାଢୀ ଓ ବିଭିନ୍ନ ପ୍ରକାର ଗହଣାରେ ସଜେଇ ହୁଅନ୍ତି ।
କର୍ଣ୍ଣୁଲର ଅଦୋନୀ ମଣ୍ଡଳ ଅନ୍ତର୍ଗତ ସାନ୍ତେକୁଦୁଲୁର ଗ୍ରାମରେ ଏହି ପରମ୍ପରା ବହୁବର୍ଷ ପୂର୍ବରୁ ରହିଆସିଛି । ପ୍ରତ୍ୟେକ ବର୍ଷ ହୋଲିରେ ଗ୍ରାମର ଯୁବକମାନେ ଶାଢୀ ଓ ଗହଣା ପରିଧାନ କରନ୍ତି । ରଙ୍ଗ ଖେଳିବା ସହ ସ୍ଥାନୀୟ ଗ୍ରାମଦେବତୀଙ୍କ ନିକଟରେ ମଧ୍ୟ ପୂଜାପାଠ କରଯାଇଥାଏ । ଚଳିତଥର ମଧ୍ୟ ଗ୍ରାମବାସୀ ଏହି ପୂର୍ବ-ପ୍ରଚଳିତ ପରମ୍ପରା ଅନୁସାରେ ହୋଲି ଖେଳିବାକୁ ଭୁଲିନାହାନ୍ତି । ଦେଖନ୍ତୁ ଭିଡିଓ ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ