କଥା କହି ପାରୁନାହାନ୍ତି ମୟଙ୍କ, ପାଣି ବଟଲକୁ ନେଇ ବଢ଼ିଲା ସସ୍ପେନ୍ସ - Mayank Agarwal drank a liquid
🎬 Watch Now: Feature Video
Published : Jan 30, 2024, 11:05 PM IST
Mayank Agarwal Health Updates: ଅଗରତାଲା: ମୟଙ୍କ ଅଗ୍ରୱାଲ ହଠାତ ଅସୁସ୍ଥ ହେବା ଓ ଆଇସିୟୁରେ ଭର୍ତ୍ତି ହେବା ଖବର ସମସ୍ତ କ୍ରିକେଟପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ହେଲେ ତ୍ରିପୁରା ବିପକ୍ଷ ମ୍ୟାଚ୍ ଜିତି ଫେରୁଥିବାବେଳେ ମୟଙ୍କ ହଠାତ କିପରି ଅସୁସ୍ଥ ହୋଇପଡ଼ିଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଏବେ ମୟଙ୍କ ଚିକିତ୍ସା ହେଉଥିବା ଅଗରତାଲାର ହସ୍ପିଟାଲରେ ତ୍ରିପୁରା କ୍ରିକେଟ ଆସୋସିଏସନର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ତ୍ରିପୁରା କ୍ରିକେଟ ସଙ୍ଘର କାର୍ଯ୍ୟକାରୀ ସମ୍ପାଦକ ବାସୁଦେବ ଚକ୍ରବର୍ତ୍ତୀ ମୟଙ୍କଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ବିଷୟରେ ସୂଚନା ଦେଇ କହିଛନ୍ତି, "ମୁଁ ହଠାତ ଏକ ଫୋନ କଲରୁ ଜାଣିବାକୁ ପାଇଲି ଯେ ମୟଙ୍କ ଅଗ୍ରୱାଲ ଅସୁସ୍ଥ ହୋଇ ଆଇସିୟୁରେ ଆଡମିଟ୍ ହୋଇଛନ୍ତି । ମିଳିଥିବା ଖବର ଅନୁସାରେ ସେ ବିମାନରେ ପାଣି ଭାବି କୌଣସି ଏକ ବୋତଲରେ ଥିବା କିଛି ତରଳ ପଦାର୍ଥକୁ ପିଇ ଦେଇଥିଲେ । ମୁଁ ଏହା ଶୁଣି ହଠାତ ଡରିଯାଇଥିଲି । ଆମେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲୁ । ଏଠାରେ ଦେଖିଲା ବେଳକୁ ତାଙ୍କ ମୁହଁ ପୁରା ଫୁଲି ଯାଇଥିଲା ଏବଂ ସେ କଥା କହି ପାରୁନଥିଲେ ।" ତେବେ ସେ କାଲି ସୁଦ୍ଧା କଥାବାର୍ତ୍ତା କରିବେ ଓ ଡିସ୍ଚାର୍ଜ ହୋଇ ବେଙ୍ଗାଲୁରୁ ଫେରିଯିବେ ବୋଲି ସେ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଆଇସିୟୁରେ ଭର୍ତ୍ତି ହେଲେ କ୍ରିକେଟର ମୟଙ୍କ ଅଗ୍ରୱାଲ, ଏବେ ବିପଦମୁକ୍ତ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ