ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 9, 2024, 6:47 AM IST

Mangala Alati: ପୁରୀ: ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ । ଅନାଥର ନାଥ ଜଗନ୍ନାଥ । ଦୁଃଖୀର ଦିନବନ୍ଧୁ, ଭକ୍ତର ଭାବ ବିନୋଦିଆ ଠାକୁର । କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କର ଦର୍ଶନ ମାତ୍ରକେ ଅପାର କରୁଣା ପ୍ରାପ୍ତ କରେ ଭକ୍ତ । ଚକା ଆଖିରେ ଆଖି ମିଶାଇ ଦେଇ ସବୁ ଦୁଃଖ ଯନ୍ତ୍ରଣା ପାଶୋରି ଯାଏଁ । ସେଥିପାଇଁ ତ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଜମେ ବଡଦେଉଳେ । ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ପତିତପାବନଙ୍କ ଆଳତୀ କରିଛନ୍ତି ପୂଜାପଣ୍ଡା । ବଡି ଭୋରରୁ ପ୍ରଥମେ ସେବାୟତ ଓ ପୂଜାପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜାପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋପଚାର କରି ଆଳତୀ କରିଥିଲେ । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୁଏ  ।

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.